ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସେଲିବ୍ରିଟିଙ୍କ ପ୍ରଫେସନାଲ ଲାଇଫଠୁ ଅଧିକ ସେମାନଙ୍କର ବ୍ୟକ୍ତିଗତ ଲାଇଫ ବାବଦରେ ଜାଣିବା ଲାଗି ଲୋକେ ଅଧିକ ଇଛାପ୍ରକାଶ କରିଥାନ୍ତି। ଏମିତି ଜଣେ ସେଲିବ୍ରିଟି ହେଉଛନ୍ତି ବିରାଟ କୋହଲୀ। ବିବାହ ପୂର୍ବରୁ ବିରାଟଙ୍କ ନାଁ ଅନେକ ଅଭିନେତ୍ରୀଙ୍କ ସହ ଯୋଡାଯାଇଛି। ଏହି ତାଲିକାରେ ହିନ୍ଦି, ତାମିଲ୍‌,ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରି ଲୋକପ୍ରିୟତା ହାସଲ କରିଥିବା ତମନ୍ନା ଭାଟ୍ଟିଆଙ୍କ ନାଁ ବି ଅଛି। ତେବେ ଅନେକ ବର୍ଷ ପରେ ତମନ୍ନା ବିରାଟଙ୍କ ସହ ଥିବା ସମ୍ପର୍କକୁ ନେଇ ନିରବତା ଭାଙ୍ଗିଛନ୍ତି।

ତମନ୍ନା ଓ କୋହଲୀ ୨୦୧୨ରେ ଏକ ମୋବାଇଲ ଫୋନ୍‌ର ବିଜ୍ଞାପନ ସେଟରେ ପରସ୍ପର ସହିତ ଦେଖାହୋଇଥିଲା। ଏହାପରେ କୋହଲୀ ଓ ତମନ୍ନା ପରସ୍ପରକୁ ଡେଟ କରୁଥିବା ଖବର ଅନେକ ଦିନ ଯାଏଁ ଚର୍ଚ୍ଚାରେ ଥିଲା। ମାତ୍ର କେବେ ବି ଏ ଦୁଇଜଣ ଏ ନେଇ ମିଡିଆ ସାମ୍ନାରେ କିଛି କହିନାହାନ୍ତି। ମାତ୍ର ଏବେ ତମନ୍ନା ଏ ବାବଦରେ ମିଡିଆ ସାମ୍ନାରେ ମନଖୋଲି କଥା ହୋଇଛନ୍ତି।

ବିରାଟ କୋହଲୀଙ୍କ ସହ ଥିବା ସମ୍ପର୍କ ବାବଦରେ ତମନ୍ନା ଭାଟ୍ଟିଆଙ୍କ କହିବା କଥା କି ସେମାନେ ଏକ ଆଡ ଫିଲ୍ମ ସୁଟିଂ ବେଳେ ପରସ୍ପରକୁ ଦେଖିଥିଲେ। ଯାହାପରେ ସେ କେବେ ବି ଆଉ ବିରାଟଙ୍କ ସହ ଦେଖାକରିନାହାନ୍ତି। ଏହାସହିତ ସେ ଆହୁରି କହିଛନ୍ତି କି, ‘ସେହି ସୁଟିଂ ସମୟରେ ଆମେ ବୋଧହୁଏ ୪ଟି ଶଦ୍ଦ କହିଥିବୁ।’

ଏହାସହିତ ବିରାଟ କୋହଲୀଙ୍କ ପ୍ରଶଂସା କରିଛନ୍ତି ତମ୍ମନା ଭାଟ୍ଟିଆ। କୋହଲୀଙ୍କ କାମକୁ ପ୍ରଶଂସା କରିଛନ୍ତି। ବିରାଟ ୨୦୧୭ ଡିସେମ୍ବରରେ ଅନୁଷ୍କାଙ୍କୁ ବିବାହ କରିଥିଲେ। ବିବାହ ପୂର୍ବରୁ ଦୁଇଜଣ ଅନେକ ସମୟରେ ନିଜର ଭଲପାଇବାକୁ ସମସ୍ଥଙ୍କ ସାମ୍ନାରେ କହୁଥିଲେ।

Comment