ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ସହ ଉତ୍ତେଜନା ପରେ ବଢ଼ୁଛି ପାକିସ୍ତାନ ଅଡ଼ୁଆ। ଏଫ୍‌-୧୬ ବିମାନ ବ୍ୟବହାରକୁ ନେଇ ପାକିସ୍ତାନ କ୍ଷୁବ୍ଧ। କାହା ଅନୁମତିରେ ଭାରତ ସୀମାରେ ଏଫ୍‌-୧୬ ବିମାନ ଉଡାଇଲ ବୋଲି ଆମେରିକା ପାକିସ୍ତାନକୁ ପ୍ରଶ୍ନ କରିଛି। ଶୁକ୍ରବାର ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନର ଏଫ୍‌-୧୬ ବିମାନ ବ୍ୟବହାରର ପ୍ରମାଣ ଦେବା ପରେ ଆମେରିକା ପାକସ୍ତାନକୁ ଏହି ପ୍ରଶ୍ନ କରିଛି।

ସୂଚନାଯୋଗ୍ୟ, ପାକିସ୍ତାନକୁ ଏଫ୍‌-୧୬ ବିମାନ ଆମେରିକା ହିଁ ଦେଇଥିଲା। କେବଳ ନିଜର ସୁରକ୍ଷା ପାଇଁ ପାକସ୍ତାନ ଏହି ବିମାନଙ୍କୁ ବ୍ୟବହାର କରି ପାରିବ ବୋଲି ଆମେରିକା ସହ ଚୁକ୍ତି ହୋଇଥିଲା। କିନ୍ତୁ ବର୍ତ୍ତମାନ ସମୟରେ ବିନା ଅନୁମତିରେ ପାକିସ୍ତାନ କାହିଁକି ଏହି ବିମାନର ବ୍ୟବହାର କରିଛି ସେନେଇ ପ୍ରଶ୍ନ କରିବା ସହିତ ତଦନ୍ତ ଆରମ୍ଭ କରିଛି ଆମେରିକା।

ବୁଧବାର ଭାରତ ସୀମାରେ ଏଫ୍‌-୧୬ ବିମାନ ଉଡାଣ ଉପରେ ପାକିସ୍ତାନ ସମ୍ପୂର୍ଣ୍ଣ ଫାଙ୍କି ଦେଇଥିଲା। ହେଲେ ଭାରତୀୟ ବାୟୁସେନାର ଏୟାର ଭାଇସ୍‌ ମାର୍ଶାଲ ରବି କପୁର ପ୍ରମାଣ ଦେବା ପରେ ପାକିସ୍ତାନ ଉପରେ ଅସନ୍ତୋଷ ପ୍ରକାଶ କରିଛି ଆମେରିକା। ପାକିସ୍ତାନ ଏଫ୍‌-୧୬ ବିମାନର ଅପବ୍ୟବହାର କରିବାକୁ ନେଇ ଆମେରିକା ତଦନ୍ତ ଆରମ୍ଭ କରିଛି।

Comment