ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯାଜପୁର ଜିଲ୍ଲା ଚଣ୍ଡିଖୋଲଠାରେ ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍‌ ଉଦଘାଟିତ ହୋଇଛି। ଚଣ୍ଡିଖୋଲର ବାବା ଭୈରବାନନ୍ଦ କଲେଜରେ ଅସ୍ଥାୟୀ ଭାବେ ଏହି କ୍ୟାମ୍ପସ ଆରମ୍ଭ ହୋଇଛି। ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳ ବିଶ୍ୱବିଦ୍ୟାଳୟର ଏହି ଦ୍ୱିତୀୟ କ୍ୟାମ୍ପସ୍‌ର ଉଦଘାଟନ କରିଛନ୍ତି।

ଏହି ଦ୍ୱିତୀୟ କ୍ୟାମ୍ପସ୍‌ରେ ଛାତ୍ରଛାତ୍ରୀମାନେ ରୁରାଲ୍‌ ମ୍ୟାନେଜ୍‌ମେଣ୍ଟରେ ଏମ୍‌ବିଏ, ପବ୍ଲିକ ହେଲ୍‌ଥ କେୟାର ସ୍ନାତକତ୍ତୋର କରିପାରିବେ। ଖୁବ୍‌ ଶୀଘ୍ର ଏହାର ସ୍ଥାୟୀ କ୍ୟାମ୍ପସ ନିର୍ମାଣ କରାଯିବା ପାଇଁ ରାଜ୍ୟସରକାର ୨୫ କୋଟି ଟଙ୍କା ମଞ୍ଜୁରୀ କରିଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟର ଏହି ଦ୍ୱିତୀୟ କ୍ୟାମ୍ପସ୍‌କୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ଏହା ଉତ୍କଳ ବିଶ୍ୱବିଦ୍ୟାଳୟର ଗ୍ରାମାଞ୍ଚଳ କ୍ୟାମ୍ପସ ଭାବେ ପରିଚିତ ହେବ।” ଏହି କ୍ୟାମ୍ପସ୍‌ର ପରିସରରେ ଏକ ଟେକ୍ନୋଲୋଜି ପାର୍କ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

Comment