ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଜି ହେଉଛି ଗଞ୍ଜାମ ଜିଲ୍ଲା ଗସ୍ତ। ଖଲ୍ଲିକୋଟ କଲେଜ ଷ୍ଟାଡିୟମରେ ବ୍ରହ୍ନପୁର ଉନ୍ନତି ଲାଗି ମୁଖ୍ୟମନ୍ତ୍ରୀ ଅନେକ ପ୍ରକଳ୍ପର ଶୁଭ ଉଦଘାଟନ୍‌ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ୫୧୬ କୋଟି ଟଙ୍କାର ୮ଟି ପ୍ରକଳ୍ପର ଶୁଭଉଦଘାଟନ କରିଛନ୍ତି। ଏହାସହ ୧୮କୋଟି ଟଙ୍କାର ପାଖାପାଖି ୧୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ କରାଯାଇଛି।

କିନ୍ନର ମାନଙ୍କ ଲାଗି ଆବାସ ଓ ଜୀବିକା ସହାୟକ କେନ୍ଦ୍ର ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହାସହ ନେଳିଆ ବନ୍ଧର ଉନ୍ନତିକରଣ, ଗୋପାଳପୁର ଏବଂ ମାର୍କଣ୍ଡି ଖନନ ପ୍ରକଳ୍ପର ମଧ୍ୟ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି।

ବ୍ରହ୍ମପୁର ବାସୀଙ୍କ ଅନେକ ଦିନର ଦାବିଥିବା ଜାନିବିଲି ଜଳ ଯୋଗାଣ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୪୮୮କୋଟି ୭୬ଲକ୍ଷ ଟଙ୍କାରେ ନିର୍ମିତ କରାଯାଇଛି ଏହି ପ୍ରକଳ୍ପ। ଏହାଦ୍ୱାରା ବ୍ରହ୍ମପୁରବାସୀଙ୍କ ଜଳକଷ୍ଟ ଅନେକାଂଶରେ କମ୍ ହେବ ବୋଲି ଆଶାକରାଯାଉଛି।

Comment