ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ବ୍ରହ୍ମପୁରରେ ବୃହତ ଜାନିବିଲି ପାନୀୟ ଜଳ ପ୍ରକଳ୍ପ ଲୋକାର୍ପିତ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧାଠାରେ ଅନୁଷ୍ଠିତ ମିଶନ ଶକ୍ତି ସମାବେଶରେ ଯୋଗ ଦେଇଛନ୍ତି।

ଏହି ସମାବେଶରେ ଯୋଗ ଦେଇ ନବୀନ ନୂଆ ଏସ୍‌ଏସ୍‌ଜି ଗ୍ରୁପକୁ ସିଡ୍ ମନି ପ୍ରଦାନ କରିଛନ୍ତି।

ଖୋର୍ଦ୍ଧା ଗୋଶାଳା ପଡ଼ିଆରେ ଆୟୋଜିତ ହୋଇଥିଲା ମିଶନ ଶକ୍ତିର ମହାସମାବେଶ। ଏହି ସମାବେଶରେ ୧ ଲକ୍ଷରୁ ଅଧିକ ମହିଳା ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ସମାବେଶସ୍ଥଳରେ ପହଞ୍ଚିବା ମାତ୍ରେ ମହିଳାମାନେ ତାଙ୍କୁ ହୁଳହଳି ପକାଇ ସ୍ୱାଗତ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, “ମହିଳାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ମିଶନ ଶକ୍ତି ଅଧିନରେ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀକୁ ଆର୍ଥିକ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ସ୍ଵଂୟ ସହାୟକ ଗୋଷ୍ଠୀମାନଙ୍କୁ ଜିରୋ ପର୍ସେଣ୍ଟ ସୁଦ୍ଧରେ ଋଣ ଯୋଗାଇ ଦିଆଯାଉଛି। ମହିଳାମାନେ ଏହାଦ୍ୱାରା ଉପକୃତ ହେଉଛନ୍ତି।”

ଏହି ସମାବେଶରେ ୧୫ ହଜାର ଟଙ୍କାର ସିଡ୍‌ମନି, ୩ ହଜାର ଟଙ୍କାର ଡିଜିଟାଲ ସଶକ୍ତିକରଣ ସହାୟତା, ବ୍ଲକ ସ୍ତରୀୟ ମହାସଂଘ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଏସ୍‌ଏସ୍‌ଜି ଗ୍ରୁପ୍‌କୁ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ।

Comment