ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଟ୍ରିକ ବିଭ୍ରାଟ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ତୀବ୍ର ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। “ସରକାରଙ୍କ ପ୍ରତିଶ୍ରୁତି ପରେ ବି ମାଟ୍ରିକ ପରୀକ୍ଷାରେ ବାରମ୍ବାର ବିଭ୍ରାଟ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଏନେଇ ସମ୍ବେଦନ ହୀନ ନହୋଇ ପଦକ୍ଷେପ ନିଅନ୍ତୁ। ପରିକ୍ଷାରେ ବିଭ୍ରାଟ ରାଜ୍ୟବାସୀଙ୍କୁ ଅସହ୍ୟ କଲାଣି”, ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ମାଲକାନଗିରିରେ ଗଣିତ ପରୀକ୍ଷା ଓଏମଆର  ସିଟ ଗାଏବ ଘଟଣାକୁ ମଧ୍ୟ ନିନ୍ଦା କରିଛନ୍ତି ଧର୍ମେନ୍ଦ୍ର।

ଏହି ଘଟଣାରୁ ନବୀନ ସରକାରଙ୍କ ସ୍ଥାଣୁତା ସ ଅପାରଗତା ପଦାରେ ପଡ଼ିଛି ବୋଲି ସେ କହିଛନ୍ତି। ଚଳିତ ଥର ୬ ଲକ୍ଷ ବିଦ୍ୟାର୍ଥୀ ପରୀକ୍ଷା ଦେଉଛନ୍ତି। ପରୀକ୍ଷାରେ ଏଭଳି ବିଭ୍ରାଟ ବିଦ୍ୟାର୍ଥୀଙ୍କ ଭବିଷ୍ୟତକୁ ପ୍ରଭାବିତ କରିବା ହେବ ସେ କହିଛନ୍ତି।

 

Comment