ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଆଜି ହେଉଛି ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଜନ୍ମ ଦିନ। ୧୯୮୭ ମସିହା ମାର୍ଚ୍ଚ ୩ରେ ଜନ୍ମଗ୍ରହଣ କରିଥିଲେ ଶ୍ରଦ୍ଧା କପୁର। ୨୦୧୦ରୁ ଶ୍ରଦ୍ଧାଙ୍କ ଅଭିନୟ କ୍ୟାରିୟର ଆରମ୍ଭ ହୋଇଥିଲା। ଯଦିଓ ତାଙ୍କ ପ୍ରଥମ ଫିଲ୍ମ ତାଙ୍କୁ ସେତେଟା ସଫଳତା ଦେଇନଥିଲା କିନ୍ତୁ ସେଥିରେ ତାଙ୍କ ଅଭିନୟକୁ ସମସ୍ଥେ ଖୁବ୍‌ ପସନ୍ଦ କରିଥିଲେ।

୨୦୧୩ ମସିହାରେ ରିଲିଜ୍‌ ହୋଇଥିବା ଫିଲ୍ମ ଆସିକ୍‌ ୨ ଶ୍ରଦ୍ଧାଙ୍କୁ ଅଦ୍ଭୁତପୂର୍ବ ସଫଳତା ଦେଇଥିଲା। ଫିଲ୍ମଟି ବକ୍ସଅଫିସ୍‌ରେ ହିଟ୍‌ ହେବା ସହ ଶ୍ରଦ୍ଧାଙ୍କୁ ମଧ୍ୟ ଅନେକ ଲୋକପ୍ରିୟତା ଆଣିଦେଇିଥିଲା। ତାପରେ ଶ୍ରଦ୍ଧା ଆଉ ପଛକୁ ଫେରି ଚାହିଁନାହାନ୍ତି।

ଏକ୍‌ ଭିଲେନ୍‌, ହାପ ଗର୍ଲଫ୍ରେଣ୍ଡ,ଏବିସିଡି ୨ ଶ୍ରଦ୍ଧାଙ୍କ ହିଟ୍‌ ଫିଲ୍ମ ଭିତରୁ ଅନ୍ୟତମ। ଖୁବ୍‌କମ୍‌ ଦିନରେ ଶ୍ରଦ୍ଧା ବିଟାଉନରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ୨୦୧୮ରେ ଫିଲ୍ମ ସ୍ତ୍ରୀରେ ଶ୍ରଦ୍ଧାଙ୍କ ଅଭିନୟକୁ ଫ୍ୟାନ୍‌ ଅନେକ ପସନ୍ଦ କରିଥିଲେ। ଶ୍ରଦ୍ଧାଙ୍କୁ ଜନ୍ମଦିନରେ ଅନେକ ଶୁଭେଛା ଓ ଶୁଭକାମନା

Comment