ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫେବ୍ରୁଆରି ୧୪ରେ ଜମ୍ମୁ କଶ୍ମୀରର ପୁଲୱାମାରେ ସିଆରପିଏଫ ଗାଡି ଉପରେ ଆତଙ୍କୀ ସଂଠଗନ ଜୈସ ଏ ମହମ୍ମଦ ଆକ୍ରମଣ କରିଥିଲା। ଯାହାପରେ ଭାରତ ୪୦ରୁ ଅଧିକ ଯବାନଙ୍କୁ ହରାଇଥିଲା।

ଏହାପରେ ମେ ୩୦ରେ ଆରମ୍ଭ ହେବାକୁ ଥିବା ବିଶ୍ୱକପ୍‌ରେ ଭାରତ ପାକିସ୍ତାନ ମ୍ୟାଚ୍‌କୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। କିଛି କ୍ରିକେଟର ବି ଏ ନେଇ ପ୍ରତିକ୍ରିୟା ରଖିଥିଲେ। ଏ ନେଇ ସବୁ ନିଷ୍ପତ୍ତି ଆଇସିସି ଉପରେ ଛଡ଼ାଯାଇଥିଲା।

ବିସିସିଆଇକୁ ଆଇସିସି ପତ୍ର ଲେଖି ଏ ନେଇ ସ୍ପଷ୍ଟ କରିଛି, ‘ଯେ ଏମିତି ମାମଲାର କୌଣସି ସମ୍ବନ୍ଧ ଆମ ପାଖରେ ନାହିଁ। କୌଣସି ଦେଶକୁ ବିଶ୍ୱକପ୍‌ରୁ ବାହାର କରିବା ନିଷ୍ପତ୍ତି କେବଳ ସରକାର ନେଇପାରିବେ, ଏ ନିଷ୍ପତ୍ତି କୌଣସି କ୍ରିକେଟ ପରିଷଦ ନେଇପାରିବ ନାହିଁ। ଏବାବଦରେ ବିସିସିଆଇକୁ ଜଣାଥିଲା ତାପରେ ବି ସେ ଏମିତି ପତ୍ର ଲେଖିଥିଲେ।’

ଆଇସିସିର ଏହି ନିଷ୍ପତ୍ତି ପରେ ଜୁନ୍‌ ୧୬ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏବେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଲାଗି ରହିଥିବା ବେଳେ ଏହି ମ୍ୟାଚ୍‌ ଅନେକ ଗୁରୁତ୍ୱ ରଖୁଛି।

Comment