ଓଡ଼ିଶାଲାଇଭ୍‌ ବ୍ୟୁରୋ

କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ଜୈଶ ଏ ମହମ୍ମଦର ମୁଖ୍ୟ ମାସୁଦ ଅଜହର ମୃତ୍ୟୁ ଖବରକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ମିଡିଆ ରିପୋର୍ଟ, ଅନୁସାରେ ଅଜହରର ଇସଲାମାବାଦର ଏକ ହସ୍ପିଟାଲରେ ମୃତ୍ୟୁ ଘଟିଛି।

ଖବର ଅନୁସାରେ ମାର୍ଚ୍ଚ ୨ରୁ ଅଜହରର ମୃତ୍ୟୁ ହୋଇଛି।  କିଛି ଦିନ ତଳେ ପାକ୍‌ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରୈଶୀ କହିଥିଲେ “ମସୁଦ ଗମ୍ଭୀର ଭାବେ ଅସୁସ୍ଥ ଅଛି। ଏବେ ସେ ଘରୁ ବାହାରି ପାରୁନାହିଁ “।

ତେବେ ମସୁଦ କର୍କଟ ରୋଗରେ ପୀଡ଼ିତ ହୋଇ ପ୍ରାଣ ହରାଇଥିବା କୁହାଯାଉଛି। ପାକିସ୍ତାନରୁ କିନ୍ତୁ ଏନେଇ କୌଣସି ସ୍ପଷ୍ଟୀକରଣ ମିଳିନାହିଁ।

ଏହି ଖବରକୁ ପାକିସ୍ତାନ ପକ୍ଷରୁ ଖଣ୍ଡନ କରାଯାଇଛି। ସେ ଗୁରୁତର ଅସୁସ୍ଥ ଥିବା କୁହାଯାଉଛି।

ସୂଚନା ଅନୁସାରେ ପୁଲୱାମା ଆତଙ୍କବାଦୀ ଘଟଣା ଜୈଶ ଏ ମହମ୍ମଦ ଘଟାଇଥିଲା। ଏହାର ପ୍ରତିଶୋଧ ନେବାପାଇଁ ଫେବ୍ରୁଆରି ୨୬ରେ ଭାରତ ଜୈଶ ଏ ମହମ୍ମଦର କ୍ୟାମ୍ପ ଉପରେ ଆକ୍ରମଣ କରିଥିଲା। ଏଥିରେ ଜୈଶର କ୍ୟାମ୍ପ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଏଥିରେ ମସୁଦର ଭାଇ ଓ ଶଳାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା।

Comment