ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗକୁ ଆସୁଛି ଖରାଦିନ। ଏବେଠୁ ଅନେକ ସହରର ତାପମାତ୍ରା ୩୦ଡିଗ୍ରୀ ଉପରେ ରହୁଛି। ଖରାଦିନେ ବ୍ରହ୍ମପୁରବାସୀଙ୍କ ଲାଗି ଶୁଦ୍ଧ ପାନୀୟ ଜଳ ପାଇବା ଏକ ସମସ୍ୟା ହୋଇଥାଏ। ଖରାଦିନ ଆସିଲେ ଲୋକଙ୍କ ମଧ୍ୟରେ ପାଣି ଲାଗି ଭାଳେଣି ପଡିଯାଇଥାଏ।

ସେମାନେ ସବୁବେଳେ ସରକାରଙ୍କ ପାଖରେ ଦାବି କରିଆସୁଥିଲେ କି ଖୁବଶୀଘ୍ର ଏକ ପାନୀୟ ଜଳ ପ୍ରକଳ୍ପ କରାଯାଉ। ଏହି ସମସ୍ୟାର ସ୍ଥାୟୀ ସମାଧାନ କରିଛନ୍ତି ରାଜ୍ୟ ସରକାର। ରବିବାର ବ୍ରହ୍ମପୁର ଜିଲ୍ଲା ଗସ୍ତ ସୟମରେ ଜାନିବିଲ୍‌ ପାନୀୟ ଜଳ ପ୍ରକଳ୍ପକୁ ଲୋକଙ୍କ ଉଦ୍ଦେଶ୍ୟରେ ଲୋକର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ପ୍ରକଳ୍ପର ଶିଳାନ୍ୟାସ ୨୦୧୬ ମସିହା ନଭେମ୍ବର ୩୦ରେ ହୋଇଥିଲା। ୪୩୧ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ତିଆରି ହୋଇଛି। ବ୍ରହ୍ମପୁର ବୃହତ ଜଳ ଯୋଗାଣ ପ୍ରକଳ୍ପ ଅଧୀନରେ ଲୋକଙ୍କ ଘରେ ଘରେ ଏଣିକି ଶୁଦ୍ଧ ପାନୀୟ ଜଳ ପହଞ୍ଚିବ।

ଏହା ହେଉଛି ପ୍ରଥମ ସମନ୍ୱିତ ଜଳ ଯୋଗାଣ ପ୍ରକଳ୍ପ। ଏହା ଉଭୟ ଗ୍ରାମଞ୍ଚଳ ଓ ସହରାଞ୍ଚଳକୁ ପାଣି ଯୋଗାଇବ। ପାଖାପାଖି୧୬ଟି ପଞ୍ଚାୟତ ୫୩ ଗାଁ ଲୋକେ ଏହା ଦ୍ୱାରା ଉପକୃତ ହୋଇପାରିବେ।

 

Comment