ଓଡ଼ିଶାଲାଇଭ୍‌ ବ୍ୟୁରୋ

ୱିଙ୍ଗ କମାଣ୍ଡର ଅଭିନନ୍ଦନ ଭାରତ ପ୍ରତ୍ୟାବର୍ତ୍ତନ ନେଇ ସାରା ଦେଶରେ ଖୁସିର ମାହୋଲ ଦେଖାଯାଇଛି। ପାକିସ୍ତାନରୁ ଫେରିଥବା ଅଭିନନ୍ଦନଙ୍କ ବୀରତାକୁ ନେଇ ସବୁଠି ଚର୍ଚ୍ଚା ହେଉଛି। ଏହି ମଧ୍ୟରେ ସବୁବେଳେ ନିଜ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ବଲିଉଡ ଅଭିନେତ୍ରୀ ମହିକା ଶର୍ମା ପାଇଲଟ ଅଭିନନ୍ଦନଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି।

“କଲର୍ସ ଟିଭିରେ ପ୍ରସାରିତ ରିଆଲିଟି ଶୋ ‘ଖତରୋଁ କେ ଖିଲାଡି’କୁ ବନ୍ଦ କରି ଦିଆଯିବା ଉଚିତ। ଯେତେବେଳେ ଦେଶକୁ ଅଭିନନ୍ଦନଙ୍କ ରୂପରେ ବିପଦରେ ଖେଳିଥିବା ମଣିଷ ମିଳିଯାଇଛି ତେବେ ଏହି ଶୋ’ର କ’ଣ ଆବଶ୍ୟକତା ରହିଛି”, କହିଛନ୍ତି ଏହି ଅଭିନେତ୍ରୀ।

ଏହି ଶୋର ଟ୍ରଫି ଅଭିନନ୍ଦନଙ୍କୁ ଦିଆଯାଉ ବୋଲି ସେ କହିଛନ୍ତି। ଏହା ବ୍ୟତୀତ ସେ ଆଉ ଏକ ବଡ଼ ବୟାନ ମଧ୍ୟ ଦେଇଛନ୍ତି ଯେ, ଅଭିନନ୍ଦନଙ୍କୁ ନେଇ ଫିଲ୍ମ ନିର୍ମାଣ ହେବା ଆବଶ୍ୟକ। ଏହି ଫିଲ୍ମ ଜରିଆରେ ନୂଆ ପିଢ଼ିଙ୍କୁ ପ୍ରୋତ୍ସାହନ ମିଳିବ।

Comment