ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ବିଜେଡି ଛାଡିଥିବା ପୂର୍ବତନ କେନ୍ଦ୍ରାପଡ଼ା ସାସଂଦ ବୈଜୟନ୍ତ ପଣ୍ଡା ବିଜେପିରେ ସାମିଲ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି।

ବୈଜୟନ୍ତ ବିଜେଡି ଛାଡ଼ିବା ପରେ ସବୁବେଳେ ଚର୍ଚ୍ଚା ହେଉଥିଲା କି ସେ ବିଜେପିରେ ସାମିଲ ହେବେ। ମାତ୍ର ସବୁବେଳେ ସେ କହୁଥିଲେ କି ଠିକ୍‌ ସମୟରେ ଠିକ୍‌ ନିସ୍ପତ୍ତି ନେବି।

ଗୋଟିଏ ପଟେ ନିର୍ବାଚନକୁ ଆଉ ଅଳ୍ପଦିନ ବାକି ଅଛି ଏବଂ ଏହାରି ଭିତରେ ନିର୍ବାଚନ ଆଚରଣ ବିଧି ମଧ୍ୟ ଲାଗୁ କରାଯିବ। ଯାହାର କିଛିଦିନ ପୂର୍ବରୁ ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା।

ଯାହା ସୂଚନା ମିଳିଛି କି ବୈଜୟନ୍ତ ବିଜେପିରେ ସାମିଲ ହେବା ସମୟରେ ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ପ୍ରଭାରୀ ଅରୁଣ ସିଂ, ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସହ ଅନେକ ନେତା ଉପସ୍ଥିତ ଥିଲେ।

ବିଜେପିରେ ସାମିଲ ହେବା ପରେ, ଶ୍ରୀ ପଣ୍ଡା କେଉଁ ଦଳରେ ମିଶିବେ ଯେଉଁ ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେଉଥିଲା ତାହାର ଅନ୍ତ ହୋଇଛି।

ଶ୍ରୀ ପଣ୍ଡା ବିଜେପିରେ ସାମିଲ ହେବା ପରେ କୁହାଯାଉଛି କି ଆଗାମୀ ନିର୍ବାଚନରେ ଏହା ଦଳ ସପକ୍ଷରେ ଯିବ। ନିକଟରେ ପ୍ରଶାସିକାରୁ ପଲିଟିସିଆନ ହୋଇଥିବା ଅପରାଜିତା ଷଡଙ୍ଗୀ ବିଜେପିରେ ସାମିଲ ହେବା ପରେ ଏବେ ସେ ଭୁବନେଶ୍ୱର ଲୋକସଭା ଆସନରୁ ଲଢୁଥିବା ଗୋଟେ ପ୍ରକାର ନିଶ୍ଚିତ ହୋଇଛି।

୨୦୧୯ ଲୋକସଭା ଓ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପାଇଁ ଆଉ ଅଳ୍ପ କେଇ ଘଣ୍ଟା ସମୟ ରହିଥିବା ବେଳେ ନେତାମାନଙ୍କ ଯିବା ଆସିବା ଚାଲିଛି।  ନେତାଙ୍କଠୁ ଆରମ୍ଭ କରି କ୍ରିକେଟର, ଅଭିନେତା, ସିଙ୍ଗର ସମସ୍ତେ, କିଏ ରାଜନୀତିକୁ ଏଣ୍ଟ୍ରି କରୁଛି ତ ଆଉ କେହି ଦଳ ପରିବର୍ତ୍ତନ କରୁଛି। ଯାହା ରାଜନୈତିକ ପାଣିପାଗକୁ ଉଷ୍ମ କରୁଛି।

Comment