ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ରେ ମୋଦି ରବିବାର ଦେଇଥିବା ଏକ ମଜାଳିଆ ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ହେଉଥିବା ଅନେକ ଆଲୋଚନା ଏବେ ସାମ୍ନାକୁ ଆସୁଛି।

ସୋସିଆଲ ମିଡିଆରେ ଲୋକେ କହିଛନ୍ତି କି ପ୍ରଧାନମନ୍ତ୍ରୀ ଜାଣିଶୁଣି ଏକ ସଭାରେ ରାହୁଲ ଗାନ୍ଧିଙ୍କୁ ମନ୍ଦବୁଦ୍ଧିରେ ଶିକାର ହୋଇଥିବା ଲୋକଙ୍କ ସହ ଯୋଡ଼ି ଭୁଲ କରିଛନ୍ତି। ସେହି କାର୍ଯ୍ୟକ୍ରମର ଭିଡିଓ ଏବେ ଟୁଇଟରରେ ଅନେକ ଶେୟାର ହେବାରେ ଲାଗିଛି।

ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ର ମାନଙ୍କ ସହ ଏକ କାର୍ଯ୍ୟକ୍ରମରେ ଆଲୋଚନା କରୁଥିଲେ। ଯେଉଁଠି ଛାତ୍ର ସମାଜରେ କଣ ସବୁ ପରିବର୍ତ୍ତନ ଅଣାଯାଇପାରିବ ସେହି ପ୍ରସଙ୍ଗରେ ଆଲୋଚନା ଚାଲିଥିଲା।

ସେହି ମଧ୍ୟରୁ ଜଣେ ଛାତ୍ର ମନ୍ଦବୁଦ୍ଧି ଛାତ୍ରଙ୍କ ଉପରେ କିଛି ପଏଣ୍ଟ ରଖିଥିଲେ। ସେହି ଛାତ୍ରଙ୍କ ବିଚାରରେ ଉତ୍ତର ଦେଇ ମୋଦି ପଚାରିଥିଲେ କଣ ଏହି ଯୋଜନା ୪୦/୫୦ ବର୍ଷ ପିଲାଙ୍କ ପାଇଁ କାମ ଦେବ।

ପ୍ରଧାନମନ୍ତ୍ରୀଙ୍କ ଏହି ବୟାନ ପରେ ସେଠାରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ହସିବାକୁ ଲାଗିଥିଲେ। ଛାତ୍ରଛାତ୍ରୀଙ୍କ ସହିତ ଖୋଦ ମୋଦି ବି ହସିବାକୁ ଲାଗିଥିଲେ। ପ୍ରଧାନମନ୍ତ୍ରୀ ହସିବା ଦେଖି ପିଲାମାନେ ସମସ୍ତେ ହଁ ବୋଲି କହିଥିଲେ।

ଏହାପରେ ପ୍ରଧାନମନ୍ତ୍ରୀ କହିଥିଲେ କି ତେବେ ତ ପିଲାର ମା ବି ଅଧିକ ଖୁସି ହେବ। ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଉଛି କି ମୋଦିଙ୍କ ଏହି ଉତର ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ପ୍ରତି ଥିଲା।

Comment