ଓଡ଼ିଶାଲାଇଭ୍ ବ୍ୟୁରୋ

ଇଣ୍ଡିଆ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ମଙ୍ଗଳବାର ଦ୍ୱିତୀୟ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ନାଗପୁରର ବିଦର୍ଭା ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ ପାଇଁ ଉଭୟ ଟିମ ନାଗପୁରରେ ପହଞ୍ଚିଛନ୍ତି।

ଟିମ୍‌ ଇଣ୍ଡିଆ ପକ୍ଷରୁ ଜାରି ହୋଇଥିବା ଭିଡିଓରେ ଖେଳାଳିମାନେ ହୋଟେଲ ପହଞ୍ଚିଥିବା ଦେଖିବାକୁ ମିଳିଛି।

ଏହି ଦିନିକିଆ ସିରିଜ୍‌ରେ ପ୍ରଥମ ମ୍ୟାଚ୍‌ ହାଇଦ୍ରାବାଦର ରାଜୀବ ଗାନ୍ଧି ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ସିରିଜରେ ଭାରତ ପ୍ରଥମ ମ୍ୟାଚ୍‌ ଜିତି  ୧-୦ରେ ଆଗୁଆ ରହିଛି ଇଣ୍ଡିଆ।

ଆଜି ପର୍ଯ୍ୟନ୍ତ ନାଗପୁରରେ ଭାରତ ୧୭ଟି ମ୍ୟାଚ୍‌ ଖେଳିଛି, ଯେଉଁଥିରୁ ୯ଟି ମ୍ୟାଚ୍‌ ଭାରତ ଜିତିଛି। ଅଷ୍ଟ୍ରେଲିଆ ଏଠାରେ ଭାରତ ବିପକ୍ଷରେ ୨୦୧୭ରେ ଶେଷ ଦିନିକିଆ ଖେଳିଥିଲା।

ଭାରତ ଏହି ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଜିତିଥିବାରୁ ଟିମ୍‌ର ମନୋବଳ ଦୃଢ଼ ରହିଛି।

Comment