ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ୍‌ ବ୍ୟୁରୋ

ଅଭିନେତା ଜନ୍‌ ଆବ୍ରାହମ୍‌ଙ୍କ ଆଗାମୀ ଫିଲ୍ମ ‘ରୋମିଓ ଆକ୍‌ବର ୱାଲ୍ଟର’ର ଟ୍ରେଲର ରିଲିଜ୍‌।

ସର୍ଜିକଲ ଷ୍ଟ୍ରଇକ୍‌ ୧ ଓ ସର୍ଜିକଲ ଷ୍ଟ୍ରଇକ୍‌ ୨ର ହିରୋ କୁହାଯାଉଥିବା ରାଷ୍ଟ୍ରିୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ହେଉଛନ୍ତି ଜଣେ ପୂର୍ବତନ ର’ ଏଜେଣ୍ଟ୍‌। ର’ ରେ ଥିବା ସମୟରେ ଅଜିତ ଡୋଭେଲ ଅନେକ ବର୍ଷ ପାକିସ୍ତାନରେ ମୁସଲମାନ ଭାବେ ଜାସୁସ୍‌ ରହିଛନ୍ତି। ଏହିଭଳି ପାକିସ୍ତାନରେ ଏକ ଭାରତୀୟ ଜାସୁସ୍‌ କାହାଣୀକୁ ନେଇ ବଲିଉଡରେ ନିର୍ମାଣ ହୋଇଛି ଫିଲ୍ମ ‘ରୋମିଓ ଆକ୍‌ବର ୱାଲ୍ଟର’।

ରବିବାର ରିଲିଜ୍‌ ହୋଇଛି ‘ରୋମିଓ ଆକ୍‌ବର ୱାଲ୍ଟର’ ଫିଲ୍ମର ଟ୍ରେଲର୍‌। ଏହି ଫିଲ୍ମରେ ବଲିଉଡ ଅଭିନେତା ଜନ୍‌ ଆବ୍ରାହମ୍‌ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଅଭିନେତା ଜ୍ୟାକି ଶ୍ରଫ୍‌, ମୌନି ରୟ, ରଘୁବୀର ଯାଦବଙ୍କୁ ମଧ୍ୟ ଫିଲ୍ମରେ ବିଭିନ୍ନ ନଜରରେ ଦେଖିବାକୁ ମିଳିବ। ଭାକୋମ୍‌ ୧୮ ବ୍ୟାନରରେ ଏହି ପିଲ୍ମ ନିର୍ମାଣ ହୋଇଛି।

ଜନ୍‌ ଆବ୍ରାହମ୍‌ ଏହି ଫିଲ୍ମରେ ଜାସୁସ୍‌ ଭୂମିକାରେ ଅଭିନୟ କରିଛନ୍ତି। ‘ରୋମିଓ ଆକ୍‌ବର ୱାଲ୍ଟର’ ଫିଲ୍ମ୍‌ରେ ଶତ୍ରୁ ଦେଶ ପାକିସ୍ତାନରେ ଜଣେ ଭାରତୀୟ ଜାସୁସ୍‌ ଭାବେ କାମ କରିଛନ୍ତି ଜନ୍‌ ଆବ୍ରାହମ୍‌। ବେଶ ବଦଳାଇ ସେ ପାକିସ୍ତାନରେ କିପରି ରହିଛନ୍ତି ଏବଂ ସେଠାରୁ ସମସ୍ତ ତଥ୍ୟ ହାସଲ କରି କିପରି ନିଜ ଦେଶକୁ ଫେରିବା ପାଇଁ ପ୍ରୟାସ କରିଛନ୍ତି ଏହି କାହାଣୀ ଉପରେ ଆଧାରିତ ଫିଲ୍ମ ‘ରୋମିଓ ଆକ୍‌ବର ୱାଲ୍ଟର’।

ନିର୍ଦ୍ଦେଶକ ବବି ଗ୍ରେୱାଲ ‘ରୋମିଓ ଆକ୍‌ବର ୱାଲ୍ଟର’ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଆସନ୍ତା ଏପ୍ରିଲ ୫ରେ ଏହି ପିଲ୍ମ ବଡ଼ ପରଦାରେ ରିଲିଜ୍‌ ହେବ।

Comment