ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆପଣ ଶିବ ମନ୍ଦିର କିମ୍ବା ବିଷ୍ଣୁ ମନ୍ଦିର ଦେଖିଥିବେ, ହେଲେ କେବେ ଶାଶୁ ବୋହୂ ମନ୍ଦିର ବିଷୟରେ ଜାଣିଛନ୍ତି କି? ମଧ୍ୟପ୍ରଦେଶର ଗ୍ୱାଲିଅର୍‌ରେ ଅବସ୍ଥିତ ଏହି ଶାଶୂ-ବୋହୂ ମନ୍ଦିର। ଏହି ମନ୍ଦିରଟି ଶାଶୂ-ବୋହୂ ସମ୍ପର୍କର ପ୍ରତୀକ ବୋଲି କୁହାଯାଏ। ତେବେ ଏହି ମନ୍ଦିରର ନାଁ ଶାଶୂ-ବୋହୂ ମନ୍ଦିର କିପରି ହେଲା, ଏନେଇ ଏକ ରୋଚକ କାହାଣୀ ରହିଛି।

ଶାଶୁ ବୋହୂ ମନ୍ଦିର ହେଉଛି ମଧ୍ୟପ୍ରଦେଶର ପ୍ରସିଦ୍ଧ ଐତିହାସିକ ଓ ପର୍ଯ୍ୟଟନସ୍ଥଳ ମଧ୍ୟରୁ ଗୋଟିଏ। ମନ୍ଦିରର ଶିଳାଲେଖରେ ଖୋଦିତ ତଥ୍ୟ ଅନୁସାରେ, ଏହାକୁ ୧୦୯୩ ଖ୍ରୀଷ୍ଟାବ୍ଦରେ କଚ୍ଛପଘଟ ରାଜବଂଶର ରାଜା ମହିପାଳ ନିର୍ମାଣ କରିଥିଲେ।

ରାଜା ମହିପାଳଙ୍କ ରାଣୀ ଭଗବାନ ବିଷ୍ଣୁଙ୍କର ବଡ଼ ଭକ୍ତ ଥିଲେ। ତେଣୁ ରାଣୀ ବିଷ୍ଣୁଙ୍କୁ ପୂଜା କରିବା ପାଇଁ ରାଜା ଏହି ମନ୍ଦିର ନିର୍ମାଣ କରାଇଥିଲେ। କିନ୍ତୁ ରାଜା ମହିପାଳଙ୍କ ବୋହୂ ଭଗବାନ ଶିବଙ୍କର ଭକ୍ତ ଥିବାରୁ ସେ ଶିବଙ୍କ ଉଦ୍ଦେଶ୍ୟରେ ଅନ୍ୟ ଏକ ମନ୍ଦିର ନିର୍ମାଣ କରାଇଥିଲେ। ଏହି ଦୁଇଟି ମନ୍ଦିରକୁ ସଶସ୍ତ୍ର ବାହୁ ମନ୍ଦିର ବୋଲି କୁହାଯାଉଥିଲା।

ତେବେ ଶାଶୂ ଓ ବୋହୂଙ୍କ ପ୍ରଭୁ ଆରାଧନା ପାଇଁ ଏହା ନିର୍ମିତ ହୋଇଥିବାରୁ ଧିରେ ଧିରେ ମନ୍ଦିରଟି ନିଜ ପ୍ରକୃତ ନାମ ହରାଇ ବସିଲା ଏବଂ ସ୍ଥାନୀୟ ଲୋକ ଏହାକୁ ଶାଶୂ-ବୋହୂ ନାମରେ ନାମିତ କରିଥିଲେ।

Comment