ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ପବିତ୍ର  ଜାଗର ଅମାବାସ୍ୟା। ଏଥିପାଇଁ ରାଜ୍ୟର ପ୍ରମୁଖ ଶୈବପୀଠରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ଭୁବନେଶ୍ୱରର ଲିଙ୍ଗରାଜ, ଆରଡିର ଆଖଣ୍ଡଳମଣି, ନୟାଗଡ଼ର ଲଡୁ ବାବା, କଟକର ଧବଳେଶ୍ୱର, ଢେଙ୍କାନାଳର କପିଳାସ ଆଦି କ୍ଷେତ୍ରରେ ଜାଗର ପାଇଁ ବିଶେଷ ପ୍ରସ୍ତୁତି ହୋଇଛି।

ସକାଳୁ ଶ୍ରଦ୍ଧାଳୁମାନେ ମହାଦେବଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିବା ପରେ ସନ୍ଧ୍ୟାରେ ମନ୍ଦିର ଆସି ଜାଗର ଜାଳୁଛନ୍ତି।

ଏହି କ୍ରମରେ ଲିଙ୍ଗରାଜ ମନ୍ଦିରରେ ଆଜି ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ଲିଙ୍ଗରାଜ ପୀଠରେ ସକାଳୁ ମଙ୍ଗଳ ଆଳତୀ ଏବଂ ଅବକାଶ ନୀତି ବଢ଼ିବା ପରେ ସାହାଣମେଲା ଦର୍ଶନ ହୋଇଥିଲା। ଏବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମନ୍ଦିରରେ ଜାଗର ଜାଳୁଛନ୍ତି।

ଏହାକୁ ଦୃଷ୍ଟିରେ ରଖି ଲିଙ୍ଗରାଜ ମନ୍ଦିର ପ୍ରଶାସନ ଓ  ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଶ୍ରଦ୍ଧାଳୁଙ୍କ ସୁରକ୍ଷା ମନ୍ଦିର ଉଭୟ ପାର୍ଶ୍ଵରେ ବ୍ୟାରିକେଟ କରାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ୧୦୦ ଉଚ୍ଚପଦସ୍ଥ ପୋଲିସ ଅଧିକାରୀଙ୍କ ସମେତ ୨୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

ମହାପ୍ରଭୁଙ୍କ ମହାଦୀପ ରାତି ୧୦ଟା ସମୟରେ ଉଠିବାର ସମୟ ଧର୍ଯ୍ୟ କରାଯାଇଛି।

Comment