ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ମହାଦେବଙ୍କର ସବୁଠାରୁ ବଡ଼ ପର୍ବ ହେଉଛି ମହାଶିବରାତ୍ରୀ। ଏହା ଶ୍ରଦ୍ଧାଳୁଙ୍କ ପାଇଁ ଏକ ଖାସ ଦିନ। ଅଧିକାଂଶ ଲୋକ ମହାଦେବଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ମହାଦେବଙ୍କୁ ନିଜର ପ୍ରିୟ ଦେବତା ବୋଲି ମାନିଥାନ୍ତି।

ମହାଦେବଙ୍କ ମହିମାକୁ ନେଇ ଅନେକ ପୌରାଣିକ ସିରିଏଲ ମଧ୍ୟ ନିର୍ମିତ ହୋଇଛି। ଏହି ସରିଏଲଙ୍କୁ ମଧ୍ୟ ଦର୍ଶକ ଦେଖିବାକୁ ଖୁବ୍‌ ପସନ୍ଦ କରିଛନ୍ତି।

ଆସନ୍ତୁ ଜାଣିବା ସେମିତି କିଛି ସିରିଏଲ ବିଷୟରେ

ଓମ ନମଃ ଶିବାୟ

ସିରିଏଲ ଓମ ନମଃ ଶିବାୟ ଏକ ଲୋକପ୍ରିୟ ସିରିଏଲ। ଥିରେ ଅଭିନେତା ସମର ଜୟ ସିଂହ ଅଭିନୟ କରିଥିଲେ। ଏହି ସିରିଏଲ ଜରିଆରେ ଏହି ଅଭିନେତାଙ୍କ ଲୋକପ୍ରିୟତା ବି ବଢ଼ିଥିଲା।

ଦେବୋଁ କା ଦେବ

ଲାଇଫ ଓକେରେ ପ୍ରସାରିତ ଦେବୋଁ କା ଦେବ ସିରିଏଲ ବେଶ୍‌ ଲୋକପ୍ରିୟତା ହାସଲ କରିଛି। ଏହି ସିରିଏଲରେ ମହାଦେବଙ୍କ ଭୂମିକାରେରେ ମୋହିତ ରାଇନା ଅଭିନୟ କରିଥିଲେ।

କେବଳ ସିରିଏଲ ନୁହେଁ କେତେକ ଫିଲ୍ମରେ ଶିବଙ୍କ ମହିମା ଦେଖାଯାଇଛି।

 

Comment