ଓଡ଼ିଶାଲାଇଭ୍‌ ବ୍ୟୁରୋabhinandan

ଭାରତୀୟ ବାୟୁସେନା ମୁଖ୍ୟ ବିଏସ୍‌ ଧନୱା ସୋମବାର ପ୍ରେସମଟି କରିଛନ୍ତି। ଏହି ପ୍ରେସମିଟରେ ସେ ଏୟାରଷ୍ଟ୍ରାଇକ ଉପରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଏହି ପ୍ରେସମିଟରେ ସେ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଉପରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ମଧ୍ୟ ଦେଇଛନ୍ତି।

ପୁଣି କେବେ ଅଭିନନ୍ଦନ ଫାଇଟର ଜେଟ ଉଡ଼ାଇ ପାରିବେ? ଏହାର ଉତ୍ତରରେ ବାୟୁସେନା ମୁଖ୍ୟ କହିଥିଲେ, ପାଇଲଟଙ୍କର ମେଡିକାଲ ଯାଞ୍ଚ ଚାଲିଛି। ସେ ମେଡିକାଲ ଫିଟ୍‌ ହେବାପରେ ପୁଣିଥରେ ବିମାନ ଉଡ଼ାଇ ପାରିବେ।

“ତାଙ୍କର ପୁଣି ବିମାନ ଉଡ଼ାଇବା ତାଙ୍କ ସ୍ୱାସ୍ଥ୍ୟ ଉପରେ ନିର୍ଭର କରେ। ସେଥିପାଇଁ ପାକିସ୍ତାନରୁ ଆସିବା ପରେ ତୁରନ୍ତ ତାଙ୍କର ମେଡିକାଲ ଯାଞ୍ଚ କରାଯାଉଛି। ତାଙ୍କର ସମସ୍ତ ଯାଞ୍ଚ ସରିବା ପରେ ସେ ପୁଣି ଡ୍ୟୁଟି ଜଏନ କରିପାରିବେ”,କହିଛନ୍ତି ଧନୱା।

ଫେବ୍ରୁଆରି ୨୬ରେ ଭାରତୀୟ ବାୟୁସେନା ପକ୍ଷରୁ କରାଯାଇଥିବା ଏୟାରଷ୍ଟ୍ରାଇକ ନେଇ ବାୟୁସେନା ସୋମବାର ଏକ ପ୍ରେସମିଟରେ ବାୟୁସେନା ମୁଖ୍ୟ ବିଏସ୍‌ ଧନୱା ନିଜର ପ୍ରତିକ୍ରିୟା ଦେଇଛନ୍ତି।

Comment