ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ବିଚ୍ଛିନ୍ନାଞ୍ଚଳ ଭାବେ ପରିଚିତ ବତୀଘର ପଞ୍ଚାୟତବାସୀଙ୍କ ପାଇଁ ଖୁସି ଖବର। ଏଠାକାର ରୋଗୀଙ୍କୁ ନଦୀରେ ମିଳିବ ୧୦୮ ଆମ୍ବୁଲାନ୍ସ ସେବା। ଏହାକୁ ଆଜି ଉଦଘାଟନ କରିଛନ୍ତି ମହାକାଳପଡ଼ା ବିଧାୟକ ଅତନୁସବ୍ୟସାଚୀ ନାୟକ।

ନଦୀ ନାଳ ଘେରା ବତୀଘର ପଞ୍ଚାୟତକୁ ଯୋଗାଯୋଗର ସୁବିଧା ନଥିବାରୁ ଠିକ୍ ସମୟରେ ରୋଗୀମାନଙ୍କୁ ଆମ୍ବୁଲାନ୍ସ ସେବା ମିଳୁ ନଥିଲା। ଅଧିକାଂଶ ରୋଗୀ ଡାକ୍ତରଖାନା ଯାଇ ନପାରି ମୃତ୍ୟୁମୁଖରେ ପଡୁଥିଲେ।

ଏଣିକି ଏହି ଆମ୍ଵୁଲାନ୍ସ ସେବା ବତୀଘର ଲୋକମାନଙ୍କ ପାଇଁ ବରଦାନ ସଦୃଶ ବୋଲି ଆଲୋଚନା ହେଉଛି।

ନିକଟରେ ଏହି ପଞ୍ଚାୟତର ନିପାଣିଆରେ ଡଙ୍ଗାବୁଡିରେ ୧୦ଜଣ ପ୍ରାଣ ହରାଇଥିଲେ। ଆମ୍ଵୁଲାନ୍ସ ସେବା ନମିଳିବାରୁ ମୃତ୍ୟୁ ସଂଖ୍ୟା ବଢ଼ିଥିଲା। ଏଣିକି ଏହି ଏହି ସମସ୍ୟା ଦୂର ହେବାକୁ ଯାଉଛି।

ଏହି ଆମ୍ଵୁଲାନ୍ସ ବତୀଘର ଖୋଳାନଈର ବରକୋଳିଖଳା ମନସା ଦେବୀଙ୍କ ଘାଟରେ ରହିବ। ବତୀଘର ପଞ୍ଚାୟତରୁ ଏହି ଆମ୍ବୁଲାନ୍ସ ରୋଗୀମାନଙ୍କୁ ନେଇ ସଡ଼କ ପଥରେ ରହିଥିବା ଆଉ ଏକ ୧୦୮ ଆମ୍ଵୁଲାନ୍ସ ନିକଟରେ ପହଞ୍ଚାଇବ।

ଏହି ୧୦୮ ବୋଟ୍ ଆମ୍ଵୁଲାନ୍ସ ନିକଟର ଥିବା ଖରିନାସୀ ଜେଠି, ଜମ୍ବୁ ଜେଠି, ଓ ଜଗସିଂହପୁର ଜିଲ୍ଲାର ପାରାଦୀପ ଭୁତମୁଣ୍ଡାଇ ନିକଟରେ ସ୍ଥଳଭାଗରେ ପହଞ୍ଚି ପାରିବ।

ଏହି ବୋଟ ୧୦୮ ଆମ୍ଵୁଲାନ୍ସରେ ଜଣେ ଚାଳକ ଓ ଜଣେ ଫାର୍ମାସିଷ୍ଟ ନିଯୁକ୍ତ ହୋଇଛନ୍ତି। ଏଥିରେ ଅନ୍ୟ ୧୦୮ ଆମ୍ଵୁଲାନ୍ସ ପରି ଅକ୍ସିଜେନ ଓ ଫାଷ୍ଟ ଏଡ୍ ବ୍ୟବସ୍ଥା ରହିଛି।

Comment