ଓଡ଼ିଶାଲାଇଭ୍‌ ବ୍ୟୁରୋ

କେରଳରେ ଅଜବଧରଣର ଘଟଣା ସାମ୍ନାକୁ ଆସିଛି। ଅପରେସନ (ସିଜରିଆନ ଡେଲିଭରି) ଜରିଆରେ ଗୋଟିଏ କୁକୁର ତାର ଛୁଆକୁ ଜନ୍ମ ଦେଇଛି। ଘଟଣାଟି ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଲାଗୁଥିବ।  କିନ୍ତୁ ତାହାଠାରୁ ଆଉ ଏକ ଚକିତ କଲାଭଳି ଘଟଣାଟି ହେଉଛି, ଅପରେସନ ପରେ କୁକୁର ଛୁଆଗୁଡ଼ିକ ମରିଯିବା ପରେ ତାର ମାଲିକ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ଡାକ୍ତରଙ୍କ ବିରୋଧରେ ଚିକିତ୍ସା ଅବହେଳା ଅଭିଯୋଗ ଆଣିବା ସହିତ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ମାଲିକ। ଅନ୍ୟପଟେ ଅପରେସନ ସମୟରେ କୌଣସି ପ୍ରକାର ଅବହେଳା ହୋଇନଥିବା ମେଡିକାଲ କର୍ତ୍ତୃପକ୍ଷ ଏବଂ ଡାକ୍ତର କହିଛନ୍ତି।

ମାମଲାଟି କେରଳର ରାଜଧାନୀ ଥିରୁଅନନ୍ତପୁରମରେ ଘଟିଛି। ପଗ୍ ବ୍ରିଡର କୁକୁର ଅପରେସନ ଦ୍ୱାରା କିଛି ଛୁଆଙ୍କୁ ଜନ୍ମ ଦେଇଥିଲା। ପେରୁରକଡ଼ା ସ୍ଥିତ ମଲଟି ସୁପରସ୍ପେଶାଲିଷ୍ଟ ଭେଟନାରୀ ହସ୍ପିଟାଲରେ କୁକୁରର ଅପରେସନ ହୋଇଥିଲା। ଅପରେସନ ପରେ ସମସ୍ତ ଛୁଆଗୁଡ଼ିକ ମରିଯାଇଥିଲେ।

Comment