ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ୍‌ ବ୍ୟୁରୋ

ରିଲିଜ୍‌ ହେଲା ଫିଲ୍ମ ‘ମିଲନ୍‌ ଟକିଜ୍‌’ର ହୋଲି ସଙ୍ଗ୍‌ ‘ମାଇଣ୍ଡ୍‌ ନା କରିୟୋ ହୋଲି ହୈ’।

ଆସୁଛି ରଙ୍ଗର ପର୍ବ ହୋଲି। ଏହି ଦିନଟୁ ଦେଶର ପ୍ରତିଟି ସହରରେ ପାଳନ କରାଯାଇଥାଏ। ହୋଲିକୁ ନେଇ ବଲିଉଡରେ ମଧ୍ୟ ଅନେକ ଫିଲ୍ମ ଓ ଗୀତ ନିର୍ମାଣ କରାଯାଇଛି। ଯାହାକୁ ଲୋକେ ଅନେକ ପସନ୍ଦ କରିଥାନ୍ତି। ବିଶେଷ କରି ହୋଲିଦିନରେ ହୋଲି ଗୀତର ଡିମାଣ୍ଡ ଅଧିକ ଥାଏ।

ହୋଲିକୁ ନଜରରେ ରଖି ନିକଟରେ ରିଲିଜ୍‌ ହୋଇଛି ଆଗାମୀ ବଲିଉଡ ଫିଲ୍ମ ମିଲନ୍‌ ଟକିଜ୍‌’ର ହୋଲି ସଙ୍ଗ୍‌। ଗୀତର ଟାଇଟଲ ରଖଯାଇଛି କି ‘ମାଇଣ୍ଡ୍‌ ନା କରିୟୋ ହୋଲି ହୈ’। ଗୀତଟି ସ୍ଲୋ ରୋମାଣ୍ଟିକ୍‌ ଟ୍ରାକ୍‌, ଯାହା ଯୁବପୀଢୀଙ୍କୁ ଅଧିକ ପସନ୍ଦ ଆସୁଛି।

ଏହି ହୋଲି ସଙ୍ଗ୍‌କୁ ଗାଇଛନ୍ତି କୋକଳ କଣ୍ଠି ଶ୍ରିୟା ଘୋଷାଲ ଓ ମିକା ସିଂହ। ଏହି ଗୀତରେ ଅଭିନୟ କରିଛନ୍ତି ‘ମିଲନ୍‌ ଟକିଜ୍‌’ର ନାୟକ ଅଲି ଫୈଜଲ ଓ ନାୟିକା ନବାଗତା ଶ୍ରଦ୍ଧା ଶ୍ରୀନାଥ। ।ଗୀତଟି ଏଥରର ହୋଲିରେ ସମସ୍ତଙ୍କ ର ପ୍ରଥମ ପସନ୍ଦ ହେବା ସହ ସୁପରହିଟ୍‌ ହେବ ବୋଲି ପୂରା ଟିମ୍‌ ଆଶାବାଦୀ ଅଛନ୍ତି।

ଆସନ୍ତା ମାର୍ଚ୍ଚ ୧୫ରେ ଫିଲ୍ମ ‘ମିଲନ୍ ଟକିଜ୍‌’ ରିଲିଜ ହେବ। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଅଭିନେତା ଅଲି ଫୈଜଲ ଓ ନବାଗତା ନାୟିକା ଶ୍ରଦ୍ଧା ଶ୍ରୀନାଥ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ତିଗ୍‌ମାଂଶୁ ଧୂଳିଆ। ଏଥର ହୋଲିରେ ଏହି ଦେଶୀ ଲଭ୍‌ ଷ୍ଟୋରୀ ଫିଲ୍ମ ଦର୍ଶକମାନଙ୍କୁ ବେଶ୍‌ ପସନ୍ଦ ଆସିବ ବୋଲି ଶୁଣିବାକୁ ମିଳୁଛି।

Comment