ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ମାମଲାର ଶୁଣାଣି ହେବ। ଶ୍ରୀମନ୍ଦିର ସଂସ୍କାର ମାମଲାରେ ଆମିକସ୍‌ କ୍ୟୁରି ରଞ୍ଜିତ୍‌ କୁମାର ମଙ୍ଗଳବାର ସୁପ୍ରିମ୍‌କୋର୍ଟରେ ଅନ୍ତରୀଣ ରିପୋର୍ଟ ଦାଖଲ କରିଛନ୍ତି। ମତାମତ ପାଇଁ ସମସ୍ତ ପକ୍ଷଙ୍କୁ ୪ ସପ୍ତାହ ସମୟ ଦେଲେ ସୁପ୍ରିମ୍‌କୋର୍ଟ। ପକ୍ଷଭୁକ୍ତ ହେବାକୁ ଆବେଦନ କଲେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ।

ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟରେ ଏପ୍ରିଲ୍‌ ୨ରେ ପରବର୍ତ୍ତୀ ଶୁଣାଣି ହେବ।

supreme court of India

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗତ ଫେବ୍ରୁଆରି ୨୩, ୨୪ରେ ଆମିକସ୍ କ୍ୟୁରି ରଞ୍ଜିତ କୁମାର ପୁରୀ ଆସିଥିଲେ। ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ଆଲୋଚନା କରି ଆମିକସ୍ କ୍ୟୁରି ଫେବ୍ରୁଆରି ୨୭ରେ ସୁପ୍ରିମ୍‌କୋର୍ଟରେ ରିପୋର୍ଟ ଦାଖଲ କରିଥିଲେ। ତେବେ ଜଷ୍ଟିସ୍‌ ଏ.କେ ସିକ୍ରିଙ୍କ ଅନୁପସ୍ଥିତ ଯୋଗୁଁ ଏହି ଶୁଣାଣିକୁ ମାର୍ଚ୍ଚ ୫ ତାରିଖ ଧାର୍ଯ୍ୟ କରାଯାଇଥିଲା। ଏବେ ଆମିକସ୍‌ କ୍ୟୁରି ଅନ୍ତରୀଣ ରିପୋର୍ଟ ଦାଖଲ କରିଛନ୍ତି। ଏପ୍ରିଲ୍‌ ୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ମନ୍ଦିରର ନୀତି ବିଶୃଙ୍ଖଳା ନେଇ ବାରମ୍ବାର ଅଭିଯୋଗ ହେବା ପରେ ସୁପ୍ରିମକୋର୍ଟ ଆମିକସ କ୍ୟୁରିଙ୍କୁ ଦାୟିତ୍ୱ ଦେଇଛନ୍ତି। ଶ୍ରୀମନ୍ଦିରରେ ବିଭିନ୍ନ ପ୍ରକାରର ଅବ୍ୟବସ୍ଥା ନେଇ ସଂସ୍କାର ଆଣିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆଇନଜୀବୀ ମୃଣାଳିନୀ ପାଢ଼ୀ।

Comment