ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଅପରାହ୍ନରେ ବସୁଛି ମନ୍ତ୍ରୀ ପରିଷଦ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ।

ବିଶେଷକରି ଦୁଇଟି ପ୍ରସଙ୍ଗରେ ଆଜିର ବୈଠକରେ ଆଲୋଚନା ହୋଇପାରେ। ଅପରାହ୍ନ ପ୍ରାୟ ୪ଟା ୧୫ରେ ଏହି ବୈଠକ ବସିବାକୁ ଯାଉଛି।

ଗତ ନିର୍ବାଚନ ବେଳେ ଯେଉଁ ପ୍ରତିଶ୍ରୁତି ଲୋକମାନଙ୍କୁ ଦେଇଥିଲେ ସରକାର, ତାହାକୁ ପାଳନ କରିବାରେ କେତେ ସଫଳ ହୋଇଛନ୍ତି ତାର ମଧ୍ୟ ସମୀକ୍ଷା କରାଯିବ। ଏହାସହିତ ଆଗାମୀ ନିର୍ବାଚନରେ ସରକାରଙ୍କଠାରୁ ରାଜ୍ୟବାସୀ କଣ ଆଶା ରଖୁଛନ୍ତି ତାହା ଉପରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ଅଛି।

Comment