ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱରେ ପ୍ରତ୍ୟେକ ନାଗରିକଙ୍କ ପାଇଁ ଗୁଗଲ ଆବଶ୍ୟକ। ପ୍ରତି ଦିନ କୌଣସି ନା କୌଣସି କାରଣ ପାଇଁ ଗୁଗଲର ଆବଶ୍ୟକ ପଡ଼ିଥାଏ।  ବିଶ୍ୱବ୍ୟାପି ଲୋକଙ୍କୁ ସୁବିଧା ଯୋଗାଉଥିବା ଗୁଗଲ କାର୍ଯ୍ୟାଳୟରେ ହଜାର ହଜାର ସଂଖ୍ୟାର ଲୋକ କାମ କରୁଛନ୍ତି। କିନ୍ତୁ ଗୁଗଲ କାର୍ଯ୍ୟାଳୟରେ ମଣିଷଙ୍କ ବ୍ୟତୀତ ପାଖାପାଖି ୨୦୦ ଛେଳି ମଧ୍ୟ କାମ କରୁଛନ୍ତି। ଏହା ପଛରେ ଥିବା କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ଗୁଗଲ କାର୍ଯ୍ୟାଳୟରେ ୨୦୦ ଛେଳି କାମ କରିବା ପଛରେ ବହୁତ ବଡ଼ କାରଣ ରହିଛି। ଗୁଗଲ ତାହାର କାର୍ଯ୍ୟାଳୟରେ ଲାଗିଥିବା ଘାସକୁ  କାଟିବା ପାଇଁ ମେସିନ ବ୍ୟବହାର କରିନଥାଏ। କାରଣ ମେସିନରୁ ବାହାରୁଥିବା ଧୂଆଁ ଅଫିସ ପରିବେଶକୁ ନଷ୍ଟ କରିବା ସହିତ କର୍ମଚାରୀଙ୍କ ଉପରେ ପ୍ରଭାବ ପକାଇଥାଏ। ସେଥିପାଇଁ ଗୁଗଲ ମେସିନ ପରିବର୍ତ୍ତେ ଘାସ ସଫେଇରେ ଛେଳିଙ୍କୁ ବ୍ୟବହାର କରିଥାଏ। ଏହାଦ୍ୱାରା ଘାସ ଟ୍ରିମିଙ୍ଗ ହେବାସହିତ ଛେଳିର ମଧ୍ୟ ପେଟ ପୂରିଥାଏ।

Comment