ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ମଙ୍ଗଳବାର ପୁଲୱାମା ଆକ୍ରମଣକୁ ଏକ ଦୁର୍ଘଟଣା କହିଥିଲେ। ଯାହାକୁ ନେଇ ଏବେ ବିବାଦ ଜୋର ଧରିଛି। ସେ ଏନେଇ ଏକ ଟୁଇଟ ବି କରିଥିଲେ। ଏହି ଟୁଇଟ ପାଇଁ ବିଜେପି ତାଙ୍କୁ ଘେରିଛି।

ବୁଧବାର ଦିଗବିଜୟ ସିଂହ ବିଜେପିକୁ ଜବାବ ନେଇ କହିଛନ୍ତି, “ମୋର ଯେଉଁ ଟ୍ୱିଟ୍ ଉପରେ ଆପଣ ଏବଂ ଆପଣଙ୍କ ମନ୍ତ୍ରୀମାନେ ମତେ ପାକିସ୍ତାନର ସମର୍ଥକ ଓ ଦେଶଦ୍ରୋହୀ କହୁଛନ୍ତି, ସେ ଟ୍ବିଟ୍ ମୁଁ  ଦିଲ୍ଲୀରୁ କରିଥିଲି। ସେଠାକାର ପୋଲିସ କେନ୍ଦ୍ର ସରକାରଙ୍କ ଅଧିନରେ ଆସେ । ଯଦି ଆପଣଙ୍କର ସାହସ ଅଛି, ତେବେ ମୋ ଉପରେ ମକଦ୍ଦମା କରନ୍ତୁ ।”

ପୁଲୱାମା ଆକ୍ରମଣ ଓ ତା’ ପରେ ହୋଇଥିବା ଏୟାରଷ୍ଟ୍ରାଇକକୁ ନେଇ ଏବେ ରାଜନୀତି ଜୋର ଧରିଛି। ବିରୋଧୀ ଓ ଶାସକଙ୍କ ଭିତରେ ଏନେଇ କଥା କଟାକଟି ଚାଲିଛି।

Comment