ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅଭିନେତା, ନିର୍ମାତା, ନିର୍ଦ୍ଦେଶକ, ଲେଖକ ଓ ଗାୟକ ଫରହାନ ଅଖତର ଏବେ ତାଙ୍କ ଗର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକରଙ୍କୁ ନେଇ ପୁଣି ଚର୍ଚ୍ଚାରେ। ଫରହାନ ନିଜ ଲଭ୍‌ ଲାଇଫ୍‌କୁ ନେଇ ଖୁଲାସା କରିବା ସହ ଦୁହେଁ ବହୁତ ଜଲଦି ବିବାହ ବନ୍ଧନରେ ବାନ୍ଧି ହେବାକୁ ନେଇ ହିଣ୍ଟ୍‌ ଦେଇଛନ୍ତି। ଏକ ଟକ୍‌ ଶୋ’ରେ ଫରହାନ କହିଲେ କି ଏପ୍ରିଲ ଓ ମେ’ରେ ସେ ଶିବନୀଙ୍କୁ ବିବାହ କରିପାରନ୍ତି।

ଫରହାନ ସୋସିଆଲ ମିଡିଆରେ ଶିବାନୀଙ୍କ ସହ ଅନେକ ଫଟୋ ବି ସେୟାର କରିଛନ୍ତି।

ଶିବାନୀ ହେଉଛନ୍ତି କଲର୍ସ ଚ୍ୟାନେଲରେ ପ୍ରସାରିତ ରିଆଲିଟି ଶୋ’ ‘ଖତରୋଁକେ ଖିଲାଡ଼ି-୮’ର ଜଣେ ପ୍ରତିଯୋଗୀ ଶିବାନୀ ଆଇପିଏଲର କେତେକ ସିଜିନ୍‌ରେ ହୋଷ୍ଟ୍ ମଧ୍ୟ। ଖାଲି ସେତିକି ନୁହେଁ, ଶିବାନୀ ୨୦୧୭ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ନୁର’ରେ ବି ନଜର ଆସିଥିଲେ। ଠିକ୍ ସେହିପରି ଶାହିଦ୍ କପୁର ଷ୍ଟାରର ‘ଶାନଦାର’ରେ ମଧ୍ୟ ଅଭିନୟ କରିଥିଲେ, ଶିବାନୀ ଦାଣ୍ଡେକର୍। ସୋସିଆଲ୍ ମିଡିଆରେ ଶିବାନୀ ଅନେକ ସମୟରେ ନିଜର ହଟ୍‌ ଆଣ୍ଡ୍ ବୋଲ୍ଡ ଫଟୋ ପୋଷ୍ଟ୍ କରି ଚର୍ଚ୍ଚାରେ ରହି ଆସିଛନ୍ତି।

ଫରହାନ ପୂର୍ବରୁ ବିବାହିତ। ସେ ତାଙ୍କଠାରୁ ବୟସରେ ବଡ଼ ଫ୍ୟାସନ୍‌ ଡିଜାଇନର ପତ୍ନୀ ଅଧୁନାଙ୍କୁ ବିବାହ କରିଥିଲେ। ୧୬ ବର୍ଷର ରିଲେସନ୍‌ସିପ୍‌ ପରେ ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା। ଉଭୟଙ୍କର ଦୁଇ ଝିଅ ମଧ୍ୟ ଅଛନ୍ତି। ଏହାପରେ ପ୍ରଥମେ ଫରହାନ୍ ଅଖତର ବଲିଉଡର ସୁଇଟ୍ ହିରୋଇନ୍ ଶ୍ରଦ୍ଧା କପୁରଙ୍କ ପ୍ରେମରେ ପଡ଼ିଥିଲେ। ସେ ଦୁହେଁ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା। କିନ୍ତୁ ଏଥିରେ ଶ୍ରଦ୍ଧାଙ୍କ ପିତା ତଥା ଅଭିନେତା ଶକ୍ତି କପୁର ମୁଣ୍ଡ ପୁରାଇଥିଲେ। ତା’ପରେ ଶ୍ରଦ୍ଧା କପୁରଙ୍କଠାରୁ ଫରହାନ୍‌ ଅଖତର ପରସ୍ପରଠୁ ଦୂରେଇ ଯାଇଥିଲେ।

ଫରହାନ୍ ଅଖତର ସେ ଏକାଧାରରେ ଜଣେ ଅଭିନେତା, ନିର୍ମାତା, ନିର୍ଦ୍ଦେଶକ, ଲେଖକ ଓ ଗାୟକ। ଫରହାନ୍‌ ୨୦୦୧ର ସୁପରହିଟ୍‌ ଫିଲ୍ମ ‘ଦିଲ୍‌ ଚାହତା ହେଁ’ରୁ ନିର୍ଦ୍ଦେଶକ ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ। ତା’ପରେ ସେ ଲକ୍ଷ୍ୟ, ଓଡନ୍ ଭଳି ସିନେମାର ନିର୍ଦ୍ଦେଶନା ଦେଇଥିଲେ।

ତା’ପରେ ସେ ‘ରକ୍‌ଅନ୍‌’ ସିନେମାରୁ ଅଭିନୟ ଜୀବନ ଆରମ୍ଭ କରି ପରେ ‘ଭାଗ୍ ମିଲ୍‌ଖା ଭାଗ୍‌’, ‘ୟେ ଜିନ୍ଦେଗି ନା ମିଲେଗି ଦୋବାରା’ ଓ ‘କାର୍ତ୍ତିକ କଲିଂ କାର୍ତ୍ତିକ’ ଭଳି କେତୋଟି ସିନେମାରେ ନାୟକ ଭୂମିକାରେ ନଜର ଆସିଛନ୍ତି।

Comment