ଓଡ଼ିଶାଲାଇଭ୍‌ ବ୍ୟୁରୋ

“ଛତିଶଗଡ଼ ସାନ ଭାଇ। ଓଡ଼ିଶା ହେଉଛି ବଡ଼ ଭାଇ। ଦୁଇ ରାଜ୍ୟ ଏକାଠି ହୋଇ ବସିଲେ ମହାନଦୀ ବିବାଦର ସମାଧାନ ହୋଇପାରିବ”, କହିଛନ୍ତି ଛତିଶଗଡ଼ ସ୍ୱାସ୍ଥ୍ୟମନ୍ତ୍ରୀ ଟି ଏସ୍ ସିଂହଦେଓ।

ଟି ଏସ୍ ସିଂହଦେଓ ଆଜି ଓଡ଼ିଶା ଗସ୍ତରେ ଆସିଥିଲେ। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧି ମହାନଦୀ ବିବାଦ ସମ୍ପର୍କରେ ପ୍ରଶ୍ନ କରିଥିଲେ।

ସେ ଆହୁରି କହିଛନ୍ତି ଯେ ମହାନଦୀର ୮୦ ପ୍ରତିଶତ  ପାଣି ବ୍ୟବହାର ନହୋଇ ସମୁଦ୍ରକୁ ଚାଲି ଯାଉଛି। ଜଳ ଅପଚୟକୁ ରୋକିବାକୁ ପଡ଼ିବ। ବିବାଦ ସମାଧାନ ପାଇଁ ଦୁଇ ରାଜ୍ୟକୁ ଏକାଠି ବସିବାକୁ ପଡ଼ିବ।

ଛତିଶଗଡ଼ରେ ଏବେ କଂଗ୍ରେସ ସରକାର ରହିଛି। ବିଜେପି ସରକାର ଥିବା ବେଳେ ମହାନଦୀରେ ଏକାଧିକ ବ୍ୟାରେଜ ନିର୍ମାଣ ହୋଇଥିବାରୁ ପାଣି ଓଡ଼ିଶାକୁ ଆସିପାରୁ ନଥିଲା। ଏନେଇ ଓଡ଼ିଶା ପକ୍ଷରୁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା।

Comment