ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପୁଣିଥରେ ନିଜ ଉଦାର ହୃଦୟର ପରିଚୟ ଦେଇଛନ୍ତି। କୁମ୍ଭମେଳାରେ ନିୟୋଜିତ ସଫେଇକର୍ମୀଙ୍କ କଲ୍ୟାଣ କୋଷକୁ ୨୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏହି ଆର୍ଥିକ ରାଶି ମୋଦି ତାଙ୍କ ବ୍ୟକ୍ତିଗତ ସଞ୍ଚିତ ଟଙ୍କାରୁ ପ୍ରଦାନ କରିଛନ୍ତି।

ମୋଦିଙ୍କର ଏହା ପ୍ରଥମ ପଦକ୍ଷେପ ନୁହେଁ। ଏହା ପୂର୍ବରୁ ଦକ୍ଷିଣ କୋରିଆରେ ସିଓଲ ଶାନ୍ତି ସମ୍ମାନରେ ସମ୍ମାନିତ ହେବାପରେ ତାଙ୍କୁ ମିଳିଥବା ୧.୩ କୋଟି ଅର୍ଥରାଶି ସେ ନମାମି ଗଙ୍ଗେକୁ ଦାନ କରିବାକୁ ଘୋଷଣା କରିଥିଲେ।

ନିକଟରେ ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳ ଭିତରେ ତାଙ୍କୁ ମିଳିଥିବା ଉପହାରର ନିଲାମ କରିଥିଲେ। ଏହି ନିଲାମୀରୁ ମିଳିଥିବା ଟଙ୍କା ମଧ୍ୟ ସେ  ନମାମି ଗଙ୍ଗାକୁ ପ୍ରଦାନ କରିଥିଲେ।

Comment