ଓଡ଼ିଶାଲାଇଭ୍‌ ବ୍ୟୁରୋ

 

ମଙ୍ଗଳବାର ରାତିରେ କେନ୍ଦ୍ରାପଡ଼ା ପୋଲିସ ପକ୍ଷରୁ ଏନ୍‌କାଉଣ୍ଟର କରାଯାଇଛି। ଏହି ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ବିଜୟ ନାୟକ ଗୁରୁତର। କେନ୍ଦ୍ରାପଡ଼ା ଜିଲ୍ଲା ୫ ନଂ ଜାତୀୟ ରାଜପଥର କଜଳା-ଦୂହୁରିଆ ରାସ୍ତାରେ ଏହି ଏନ୍‌କାଉଣ୍ଟର ହୋଇଥିଲା।

ଏନ୍‌କାଉଣ୍ଟରରେ ଅପରାଧୀ ବିଜୟ ନାୟକର ବାମ ଗୋଡରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ବିଜୟକୁ କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସାଂଘାତିକ ହେବାରୁ ତାକୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

ପୋଲିସ ଘଟଣାସ୍ଥଳରୁ ଏକ ମାଉଜର, ଅଫୁଟା ଗୁଳି, ବାଇକ୍‌ ଓ ଏକ ନକଲି ଭୋଟର କାର୍ଡ ଜବତ କରିଛି। ୨୦୦୯ ମସିହାରେ ଗ୍ୟାଙ୍ଗ୍‌ଷ୍ଟାର ସେଖ୍‌ ସୁଲେମାନ ହତ୍ୟା ଘଟଣାରେ ଅପରାଧୀ ବିଜୟ ନାୟକ ସଂପୃକ୍ତ ଥିଲା। ଏଥିସହ ବିଜୟ ନାୟକ ନାଁରେ ରାଜ୍ୟ ତଥା ରାଜ୍ୟ ବାହାରେ  ଅନେକ ହତ୍ୟା, ବ୍ୟାଙ୍କ୍‌ ଲୁଟ୍‌ ମାମଲା ରହିଛି।

Comment