ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଫେଲ ପ୍ରସଙ୍ଗରେ ଆଉ ଏକ ନୂଆ ମୋଡ଼ ସାମ୍ନାକୁ ଆସିଛି। ବୁଧବାର ସୁପ୍ରିମକୋର୍ଟରେ ରାଫେଲ ପ୍ରସଙ୍ଗରେ ହୋଇଥିବା ଶୁଣାଣିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପକ୍ଷ ରଖିଛନ୍ତି ଆଟର୍ଣ୍ଣି ଜେନେରାଲ ବେଣୁଗୋପାଳ।

ରାଫେଲ୍‌ ଡିଲର କିଛି ସମ୍ବେଦନଶୀଳ କାଗଜପତ୍ର ଚୋରି ହୋଇଥବା କହିଛନ୍ତି ଆଟର୍ଣ୍ଣି ଜେନେରାଲ। ଯେଉଁ କାଗଜ ପତ୍ରକୁ ଖବର କାଗଜରେ ଛପା ଯାଇଥିଲା ସେହି ସବୁ ରକ୍ଷାମନ୍ତ୍ରାଳୟରୁ ଚୋରି ହୋଇଥିବା ସୁପ୍ରିମକୋର୍ଟକୁ ଅବଗତ କରାଇଛନ୍ତି ଆଟର୍ଣ୍ଣି ଜେନେରାଲ।

ଚୋରି ନେଇ ତଦନ୍ତ ଚାଲିଛି। ଏହା ଏକ ଗୁରୁତର ଜାତୀୟ ସୁରକ୍ଷା ପ୍ରସଙ୍ଗ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଏକ ନିର୍ଦ୍ଦିଷ୍ଟ ଖବରକାଗଜରେ ଯେଉଁ ଗୋପନୀୟ କାଗଜ କଥା ଛପାଯାଇଛି ତା ଉପରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ।

Comment