ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆପୋଷ ବୁଝାବଣାକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ସଂରକ୍ଷିତ।

ବହୁ ବିବାଦୀୟ ରାମ ଜନ୍ମଭୂମି-ବାବ୍ରି ମସଜିଦ ମାମଲାର ନୂଆ ମୋଡ଼। ମୁଖ୍ୟ ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ହୋଇଥିବା ଖଣ୍ଡପୀଠରେ ରାୟକୁ ସଂରକ୍ଷିତ ରଖାଯାଇଛି। ସୁପ୍ରିମକୋର୍ଟ ମଧ୍ୟସ୍ଥି ନିଯୁକ୍ତି ଉପରେ ରାୟ ସଂରକ୍ଷିତ ରଖିଲେ। ଏବଂ ତିନି ପକ୍ଷକୁ ମଧ୍ୟସ୍ଥି ଲାଗି ନାଁ ମାଗିଛନ୍ତି।

ସୁପ୍ରିମକୋର୍ଟରେ ଉପସ୍ଥିତ ଉଭୟପକ୍ଷ ନିଜ ନିଜର ମତ ରଖିଲେ। ଗୋଟେ ପକ୍ଷ ମଧ୍ୟସ୍ଥିକୁ ବିରୋଧ କରୁଥିବା ବେଳେ ମୁସଲିମ ପକ୍ଷ ଆପୋଷ ବୁଝାବୁଣାରେ ସହମତି ରଖିଲେ।

ଜଷ୍ଟିସ୍‌ ବୋବଡେ ଏହି ଶୁଣାଣିରେ କହିଛନ୍ତି, “ଅଯୋଧ୍ୟା ଜମି ପ୍ରସଙ୍ଗ ଧାର୍ମିକ ଭାବନା ସହ ଜଡ଼ିତ। ଏଥିରେ ମଧ୍ୟସ୍ଥି ପ୍ୟାନେଲ ମଧ୍ୟ ରହିପାରିବ।”

ଅନ୍ୟପକ୍ଷରେ ରାମ ଲଳାଳ ହିନ୍ଦୁ ମହାସଭା ଆପୋଷ ବୁଝାବଣାକୁ ବିରୋଧ କରିଛନ୍ତି।

ଗତ ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଥିଲେ ଯେ ଆଲୋଚନା ମାଧ୍ୟମରେ ଯଦି ସମାଧାନ ହେଇପାରିବ ତେବେ ସମାଧାନ କରିବା ଆବଶ୍ୟକ। ଏବଂ ଦୁଇପକ୍ଷ କୋର୍ଟରେ ମତ ରଖିଲେ ଶୁଣାଣି ହେବ।

ଏହି ମାମଲାରେ ୨୦୧୦ରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ୧୪ଟି ପିଟିଶନ ଦାଏର ହୋଇଥିଲା। ୨.୭୭ ଏକର ବିବାଦୀୟ ଜମିକୁ ଆଲ୍ଲାହାବାଦ ହାଇକୋର୍ଟ ସୁନି ୱାକପ୍ ବୋର୍ଡ, ନିର୍ମୋହି ଆଖଡ଼ା ଏବଂ ରାମଲାଲାଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ରାୟକୁ ବିରୋଧ କରି ବିଭିନ୍ନ ସଙ୍ଗଠନ ପକ୍ଷରୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯାଇଥିଲା।

Comment