ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁ ବିବାଦୀୟ ରାମ ଜନ୍ମଭୂମି-ବାବ୍ରି ମସଜିଦ ମାମଲାର ଆଜି ଶୁଣାଣି ହେବ। ମଧ୍ୟସ୍ଥି ନିଯୁକ୍ତି ହେବ ନା ନାହିଁ ସ୍ଥିର କରିବେ ସୁପ୍ରିମକୋର୍ଟ।

ଗତ ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଥିଲେ ଯେ ଆଲୋଚନା ମାଧ୍ୟମରେ ଯଦି ସମାଧାନ ହେଇପାରିବ ତେବେ ସମାଧାନ କରିବା ଆବଶ୍ୟକ। ଏବଂ ଦୁଇପକ୍ଷ କୋର୍ଟରେ ମତ ରଖିଲେ ଶୁଣାଣି ହେବ।

ଆଜିର ଶୁଣାଣି ବେଳେ ଉଭୟ ପକ୍ଷ ନିଜ ନିଜର ମତ ରଖିବେ। ଏହା ପରେ କୋର୍ଟ ନିଜ ରାୟ ଶୁଣାଇବେ।

ଏହି ମାମଲାରେ ୨୦୧୦ରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ୧୪ଟି ପିଟିଶନ ଦାଏର ହୋଇଥିଲା। ୨.୭୭ ଏକର ବିବାଦୀୟ ଜମିକୁ ଆଲ୍ଲାହାବାଦ ହାଇକୋର୍ଟ ସୁନି ୱାକପ୍ ବୋର୍ଡ, ନିର୍ମୋହି ଆଖଡ଼ା ଏବଂ ରାମଲାଲାଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ରାୟକୁ ବିରୋଧ କରି ବିଭିନ୍ନ ସଙ୍ଗଠନ ପକ୍ଷରୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯାଇଥିଲା।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ଗୁରୁତ୍ଵପୂର୍ଣ୍ଣ ରହିଛି। ତେଣୁ ସମସ୍ତଙ୍କର ନଜର ଏହି ମାମଲା ଉପରେ ରହିଛି।

Comment