ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କମ୍‌ ସମୟ ମଧ୍ୟରେ ବଲିଉଡରେ ନିଜର ଛାପ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ବିକି କୌଶଳ। ଗୋଟେ ପରେ ଗୋଟେ ହିଟ୍‌ ଫିଲ୍ମ ଦେଇ ଚାଲିଛନ୍ତି ବିକି।

୨.୦ ଫିଲ୍ମରେ ଆକ୍ଟିଂ କରିବା ଲାଗି ଅଭିନେତା ବିକି କୌଶଳ ୫ ପ୍ୟାକେଟ୍‌ ସିଗାରେଟ୍‌ ଟାଣିଥିଲେ। ଏସିପି ରମଣ ରାଘବ ରୋଲ୍‌ରେ ଫିଟ୍‌ ହେବା ପାଇଁ ବିକି କୌଶଳ ୫ ପ୍ୟାକେଟ୍‌ ସିଗାରେଟ ଟାଣିଥିଲେ। ରମଣ ରାଘବ ୨.୦ ଫିଲ୍ମରେ ଏସିପି ରମଣ ରାଘବ ଜଣେ ଚେନ୍‌ ସ୍ମୋକର ଥିଲେ। ଏହି ଫିଳ୍ମରେ ବିକି କୌଶଳ ରମଣ ରାଘବ ଭୂମିକାରେ ଅଭିନୟ କରିଥିଲେ।

ଉରୀ- ଦ ସର୍ଜିକାଲ ଷ୍ଟ୍ରାଇକ୍‌ ଫିଲ୍ମରେ ସେନା ଅଧିକାରୀ ମେଜର ସେରଗିଲ ଭୂମିକାରେ ଅଭିନୟ କରିବା ପାଇଁ ବିକି କୌଶଳ ୫ ମାସ ଭିତରେ ୧୫ କିଲୋର ଓଜନ ବଢ଼ାଇଥିଲେ। ବିକି କୌଶଳ ଦେଖିବାକୁ ଖୁବ୍‌ ପତଳା। ଏହି ଫିଲ୍ମରେ ଆକ୍ଟିଂ କରିବା ପାଇଁ ଓଜନ ବଢ଼ାଇଥିଲେ। ଏହି ଫିଲ୍ମ ପାଇଁ ସେ ପ୍ରତିଦିନ ବ୍ୟାୟାମ, ସେନା ପ୍ରଶିକ୍ଷଣ ମଧ୍ୟ ନେଇଛନ୍ତି।

ଲଭ୍‌ ଶଭ୍‌ ତୈ ଚିକେନ୍‌ ଖୁରାନା ବିକି କୌଶଳଙ୍କ ଅଭିନୀତ ପ୍ରଥମ ଫିଲ୍ମ।

ତାଙ୍କ ବାପା ଶ୍ୟାମ୍‌ କୌଶଳ ଜଣେ ଆକ୍ସନ୍‌ ନିର୍ଦ୍ଦେଶକ।

୨୦୧୨ରେ ରିଲିଜ୍‌ ହୋଇଥିବା ଗ୍ୟାଙ୍ଗ ଅଫ୍‌ ୱାସେପୁରରେ ବିକି ସହ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି। ବିକି ଅନୁରାଗ କଶ୍ୟପଙ୍କୁ ନିଜ ଗୁରୁ ବୋଲି ମାନନ୍ତି।

୨୦୧୮ରେ ବିକିଙ୍କର ୫ଟି ଫିଲ୍ମ ରିଲିଜ୍‌ ହୋଇଛି (ଲଭ୍‌ ପର୍‌ ସ୍କୋୟାର ଫୁଟ୍‌, ରାଜି, ଲଷ୍ଟ ଷ୍ଟୋରି, ସଞ୍ଜୁ ଏବଂ ମନ୍‌ମରଜିୟାଁ)

Comment