ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକିସ୍ତାନରୁ ଆମେରିକା ଯାଉଥିବା ନାଗରିକଙ୍କ ଭିସାର ଅବଧିକୁ ହ୍ରାସ କରି ଦିଆଯାଇଛି।

ପୁଲୱାମା ଆକ୍ରମଣ ପରେ ସାରା ବିଶ୍ୱରୁ ପାକିସ୍ତାନକୁ ଝଟକା ପରେ ଝଟକା ମିଳୁଛି। ବର୍ତ୍ତମାନ ପାକିସ୍ତାନକୁ ଆଉଗୋଟେ ଝଟକା ଦେଲା ଆମେରିକା। ପାକିସ୍ତାନରୁ ଆମେରିକା ଯାଉଥିବା ନାଗରିକଙ୍କ ଭିସାର ଅବଧି ହ୍ରାସ କରିଦେଇଛନ୍ତି। ଆଗରୁ ପାକିସ୍ତାନ ନାଗରିକଙ୍କ ଭିସାର ଅବଧି ୫ ବର୍ଷ ଥିବାବେଳେ, ଏବେ ତା’ର ଅବଧି ୩ ମାସ କରିଦିଆଯାଇଛି।

ସୂଚନା ଅନୁସାରେ ପାକିସ୍ତାନ ପତ୍ରକାର ଏବଂ ମିଡିଆ ଲୋକଙ୍କ ପାଇଁ ଭିସା ଅବଧି ମଧ୍ୟ ୩ ମାସ କରାଯାଇଛି।

କେବଳ ଭିସା ଅବଧି ନୁହେଁ ଏହାସହ ଭିସା ପାଇଁ ଦିଆଯାଉଥିବା ଟଙ୍କା ବି ବଢ଼ାଇ ଦିଆଯାଇଛି। ଯଦି କେହି ପାକିସ୍ତାନ ନାଗରିକ ୧୨ ମାସରୁ ଅଧିକ ରହିବେ ତାଙ୍କୁ ପାକିସ୍ତାନକ ଫେରିଯିବାକୁ ହେବ।

୨୦୧୮ରେ ପାଖାପାଖି ୩୮ ହଜାର ପାକିସ୍ତାନବାସୀଙ୍କୁ ୟୁଏସ୍‌ର ଭିସା ଦେବାକୁ ମନା କରି ଦିଆଯାଇଥିଲା।

Comment