ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରୁ ବୁଧବାର ୪ ଦିନର ନବଜାତ ଶିଶୁ ପୁତ୍ର ଗାୟବ ହେବା ଘଟଣାରେ ଏଏସ୍‌ଆଇଙ୍କୁ ସସ୍‌ପେଣ୍ଡ କରାଯାଇଛି। ବୁଧବାର ଏହି ଘଟଣାରେ ପାଟଣାଗଡ଼ ଥାନାରେ ଅଭିଯୋଗ ହୋଇଥିଲା। ଘଟଣାର ବିରୋଧ କରି ଶିଶୁଙ୍କ ସମ୍ପର୍କୀୟ ମେଡିକାଲ ସାମ୍ନାରେ ରାସ୍ତାରୋକ ମଧ୍ୟ କରିଥିଲେ। ଏହାସହ ନବଜାତ ଶିଶୁର ପରିବାର ଲୋକେ ଅଭିଯୋଗ କରିଥିଲେ। କିନ୍ତୁ ଏଏସ୍‌ଆଇ ଅନାଦି ମଟାରି ନବଜାତ ଶିଶୁଙ୍କ ବାପାଙ୍କୁ ମାରୁଥିବାର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏଏସ୍‌ଆଇ ଜଣଙ୍କୁ ସସ୍‌ପେଣ୍ଡ କରାଯାଇଛି।

ସୂଚନାନୁଯାୟୀ, ତେଲାନପାଲିର ଜଣେ ମହିଳା ଗତ ରବିବାର ଦିନ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ନବଜାତ ଶିଶୁର ମା’ଙ୍କ କହିବା ଅନୁଯାୟୀ ବୁଧବାର ଜଣେ ଅଚିହ୍ନା ମହିଳା ପୁଅକୁ କୋଳ କରିଥିଲେ। କୋଳ କରିବା ସହ ହଠାତ ପୁଅଟିକୁ ନେଇ ଚମ୍ପଟ ମାରିଥିଲେ।

ତେବେ ଶିଶୁଟିକୁ କିଏ ଚୋରି କଲା ପୋଲିସ୍‌ ତଦନ୍ତ କରୁଛି।

Comment