ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରରେ ପୁଣି ଧଳା ଜହର କାରବାର। ବୁଧବାର ଅବକାରୀ ବିଭାଗ ଭୁବନେଶ୍ୱର ବାଣୀବିହାର ଛକ ନିକଟରୁ ୧୭୦ ଗ୍ରାମ୍‌ର ବ୍ରାଉନ୍‌ ସୁଗାର ଜବତ ହୋଇଛି। ଯାହାର ମୂଲ୍ୟ ୧୭ ଲକ୍ଷ ଟଙ୍କା ବୋଲି ଜଣା ପଡ଼ିଛି।

ବ୍ରାଉନ୍‌ ସୁଗାର ବ୍ୟବସାୟ କରୁଥିବା ଯୁବକକୁ ପୋଲିସ୍‌ ଗିରଫ କରିଛି। ଯୁବକର ନାଁ ଏସ. ଉମାଶଙ୍କର ରାଓ। ଯୁବକଟି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳୁ ବ୍ରାଉନ୍‌ ସୁଗାର ଆଣି ରାଜଧାନୀରେ ବିକ୍ରି କରୁଥିଲା। ଏହି ବ୍ୟବସାୟ ପାଇଁ ସ୍ୱତନ୍ତ୍ର କୋର୍ଡୱାର୍ଡ ‘ରସୁଣ’ ବ୍ୟବହାର କରାଯାଉଥିଲା। ‘ରସୁଣ’ କହିଲେ ଆପଣଣଙ୍କୁ ମିଳିଯାଉଥିଲା ବ୍ରାଉନ୍‌ ସୁଗାର। ଘଟଣାର ଖବର ପାଇ ଅବକାରୀ ବିଭାଗ ଏହାକୁ ଠାବ କରି ଏହି ରାକେଟ୍‌ର ପର୍ଦ୍ଦାଫାସ କରିଛି।

ରାଜଧାନୀ ଭୁବନେଶ୍ୱରରେ ଧଳା ଜହର କାରବାର ଦିନକୁ ଦିନ ବଢିବାରେ ଲାଗିଛି। ନିକଟରେ ଭୁବନେଶ୍ୱର ଖଣ୍ଡଗିରି ଥାନା ବାରି ଅଞ୍ଚଳରୁ ୫ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ କରାଯାଇଥିଲା। ଏଥିରେ ଜଣେ ମହିଳାଙ୍କୁ ଗିରଫ କରିଥିଲା ପୋଲିସ। ସେହିପରି ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ବୁଲା ବିକାଳି ପାଖରୁ ପ୍ରାୟ ୧୦ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ କରାଯାଇଥିଲା।

ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ଢଙ୍ଗରେ ଧଳା ଜହର ବିକାଯାଉଛି। ବ୍ରାଉନ ସୁଗାର କାରବାର ଲାଗି ଅପରାଧୀମାନେ ରାଜଧାନୀକୁ ସୁରକ୍ଷିତ ମଣୁଥିବା ବେଳ ଏହା ଉପରେ ରୋକ ଲଗାଇବା କମିଶନରେଟ ପୋଲିସ ଲାଗି ମୁଣ୍ଡ ବ୍ୟଥାର କାରଣ ପାଲଟିଛି।

Comment