ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନଗିରି ଜିଲ୍ଲାରୁ ପର୍ଦ୍ଦାଫାସ ହୋଇଛି ଅନ୍ତଃ ରାଜ୍ୟ ଗଞ୍ଜେଇ ଚୋରାଚାଲାଣ ରାକେଟ୍‌। ବୁଧବାର ରାତିରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ପୋଲିସ ଏକ ଟ୍ରକ୍‌ ଭିତରୁ ୫୦୭ କେଜିର ଗଞ୍ଜେଇ ଜବତ କରିଛି। ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଏସାର କମ୍ପାନି ଛକ ନିକଟରୁ ଏହି ଗଞ୍ଜେଇ ବୋଝେଇ ଟ୍ରକ୍‌କୁ ଜବତ କରାଇଛି।

ଏହି ଗଞ୍ଜେଇର ମୂଲ୍ୟ ପାଖାପାଖି ୧ କୋଟି ଟଙ୍କା ହେବା ପୋଲିସ୍‌ କହିଛି। ଏହି ଘଟଣାରେ ପୋଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରିବା ସହ ଏମାନଙ୍କଠାରୁ ୪୨ ହଜାର ଟଙ୍କା ଜବତ କରିଛି।

ଗତକାଲି ରାତିରେ ପୋଲିସ୍‌ ପେଟ୍ରୋଲିଂ କରିବା ସମୟରେ ଏସାର କମ୍ପାନି ଛକ ନିକଟରୁ ଏହି ଗଞ୍ଜେଇ ବୋଝେଇ ଟ୍ରକ୍‌କୁ ଜବତ କରିଛି। ଟ୍ରକ ଜରିଆରେ ଗଞ୍ଜେଇ ହରିଆଣାକୁ ଚୋରାଚାଲାଣ ହେଉଥିଲା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

Comment