ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ସୁନାରୀ ସିକୁଆଁ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ଘଟିଛି।

ସିକୁଆ ଗାଁର ମୋତିଲାଲ ଛତ୍ରିଆ ଏବଂ ସ୍ତ୍ରୀ ବାସନ୍ତି ଛତ୍ରିଆଙ୍କ ଭିତରେ କୌଣସି କାରଣକୁ ନେଇ ପାରିବାରିକ କଳହ ଲାଗି ରହିଥିଲା। ଏଥିରେ ହଠାତ ସ୍ୱାମୀ ମୋତିଲାଲ ଉତକ୍ଷୀପ୍ତ ହୋଇ ସ୍ତ୍ରୀ ଉପରେ ଆକ୍ରମଣ କରିଥିଲା। ଟାଙ୍ଗିଆରେ ହାଣି ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ଏ ନେଇ ଖଡ଼ିଆଳ ପୋଲିସ ସୁନାରୀ ସିକୁଆଁ ଗାଁରେ ପହଞ୍ଚି ତଦନ୍ତ ଚଳାଇଛି।

Comment