ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡର ଦବଙ୍ଗ ସଲମାନ ଖାନ ଏବେ ମଧ୍ୟପ୍ରଦେଶର ବ୍ରାଣ୍ଡ ଆମ୍ବାସଡର ହେବେ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଗୁରୁବାର ଏକ ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି।

ସଲମାନ ଖାନଙ୍କ ସହ ଏ ବିଷୟରେ ସେ ଆଲୋଚନା କରିଥିବା କହିଛନ୍ତି। ସଲାମାନ ଏହି ପ୍ରସ୍ତାବରେ ହଁ ମଧ୍ୟ ଭରିଥିବା କମଳନାଥ ପ୍ରେସମିଟରେ କହିଛନ୍ତି।

ଖବର ମୁତାବକ ମଧ୍ୟପ୍ରଦେଶର ପର୍ଯ୍ୟଟନସ୍ଥଳୀର ପ୍ରଚାର ପ୍ରସାର ପାଇଁ ସଲମାନ ଏପ୍ରିଲ ୧ରେ ମଧ୍ୟପ୍ରଦେଶ ଗସ୍ତ କରିବେ। ଏପ୍ରିଲ ୧୮ ଯାଏଁ ମଧ୍ୟପ୍ରଦେଶରେ ରହିବେ। ମଧ୍ୟପ୍ରଦେଶ ପର୍ଯ୍ୟଟନ ପାଇଁ ପ୍ରଚାର ପ୍ରସାର କରିବେ।

ତେବେ ସୁପରଷ୍ଟାର ସଲମାନ ଖାନଙ୍କର ମଧ୍ୟପ୍ରଦେଶ ସହ ପୁରୁଣା ସମ୍ପର୍କ ରହିଛି। ସଲମାନଙ୍କ ବାପା ସଲିମ ଖାନଙ୍କ ପୈତୃକ ବାସସ୍ଥାନ ମଧ୍ୟପ୍ରଦେଶ ଇନ୍ଦୋର ସହରରେ। ସଲମାନ ଖାନଙ୍କ ଜନ୍ମ ବି ଇନ୍ଦୋରରେ ହୋଇଛି। ସଲମାନଙ୍କ ସ୍କୁଲ ସମୟ ବି ଏହିଠାରେ କଟିଛି। ଫିଲ୍ମରେ କାମ କରିବା ପାଇଁ ସଲମାନ ଖାନ ଇନ୍ଦେରରୁ ମୁମ୍ବାଇ ଚାଲିଯାଇଥିଲେ।

Comment