ଓଡ଼ିଶାଲାଇଭ୍ ବ୍ୟୁରୋ

ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ନୋଟବୁକର ଦ୍ୱିତୀୟ ଗୀତ ‘ଲୈଲା’ ରିଲିଜ ହୋଇଛି। ଏହି ଗୀତକୁ ସଲମାନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଗୀତରେ ପ୍ରନୂତନ ଓ ଜାହିର ଇକବାଲଙ୍କୁ ବେଶ୍‌ ରୋମଣ୍ଟିକ ଅନ୍ଦାଜରେ ଦେଖିବାକୁ ମିଳିଛି।

ଏହି ଗୀତରେ କଶ୍ମୀର ସୁନ୍ଦରତା ଦେଖିବାକୁ ମିଳିଛି। ଗୀତଟିରେ କଣ୍ଠଦାନ କରିଛନ୍ତି  ଧବାନି ଭାନୁଶାଳୀ।

ଫିଲ୍ମର ଟ୍ରେଲରକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲାବେଳେ ଫିଲ୍ମର ଗୀତଗୁଡ଼ିକ ମଧ୍ୟ ଦର୍ଶକଙ୍କ ମନକୁ ଛୁଇଁବ ଆଶା କରାଯାଉଛି।

ନିକଟରେ ଫିଲ୍ମର ପ୍ରଥମ ଗୀତ ‘ନେହିଁ ଲଗଦା’ ରିଲିଜ ହୋଇଥିଲା। ଫିଲ୍ମରେ ଜାହିର କବୀର ଭୂମିକାରେ ଅଭିନୟ କରିଥିଲାବେଳେ ପ୍ରନୂତନ ଫିରଦୋସ ଭୂମିକାରେ ଅଭିନୟ କରିଛନ୍ତି।

Comment