ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ୱାସ୍ଥ୍ୟସେବାରେ ଆସିବ ବଡ଼ ପରିବର୍ତ୍ତନ। ରାଜ୍ୟରେ ରୋଗୀସେବାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ୯୩୮ ଜଣ ଏମ୍‌ବିବିଏସ୍ ଡାକ୍ତରଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

“ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ପରୀକ୍ଷା ଦ୍ୱାରା ଡାକ୍ତରଙ୍କୁ ଚୟନ କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହର ମାରିଛନ୍ତି। ସେମାନଙ୍କୁ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ନିଯୁକ୍ତି ଦିଆଯିବ”, ମୁଖ୍ୟମନ୍ତ୍ରୀଙ୍କ ଅଫିସ ତରଫରୁ ଏହି ସୂଚନା ଦିଆଯାଇଛି।

ଏକକାଳୀନ ଏତେ ସଂଖ୍ୟକ ଡାକ୍ତରଙ୍କୁ ଆଗରୁ କେବେ ନିଯୁକ୍ତି ଦିଆଯାଇ ନଥିଲା। ବିଭିନ୍ନ ହସ୍ପିଟାଲରେ ଡାକ୍ତର ଅଭାବ ଅଭିଯୋଗ ଆସୁଥିଲା। ଏହି ଅସୁବିଧା ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ଏକାଥରକେ ୯୩୮ ଜଣ ଡାକ୍ତରଙ୍କ ନିଯୁକ୍ତିପତ୍ରରେ ମୋହର ମାରିଛନ୍ତି।

Comment