ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରା ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନରେ ମାତୃଭାଷା ବିଷୟରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ। ଚଳିତବର୍ଷ ରାଜ୍ୟରେ ୩ ଲକ୍ଷ ୬୯ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ମାର୍ଚ୍ଚ ୩୦ ତାରିଖରେ ପରୀକ୍ଷା ଶେଷ ହେବ।

ସକାଳ ୯ଟା ୩୦ରେ ଏଗ୍‌ଜାମିନେସନ୍ ମ୍ୟାନେଜ୍‌ମେଣ୍ଟ୍‌ ହବ୍‌ରୁ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିଛି।

ପୂରା ସିସିଟିଭି ନଜରରେ ପରୀକ୍ଷା କେନ୍ଦ୍ର ରହିବ। ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍, ସ୍ମାର୍ଟ ୱାଚ୍ ଆଣିବାକୁ ବ୍ୟାନ୍ କରାଯାଇଛି।

ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ ଘଟଣାକୁ ଦୃଷ୍ଟିରେ ରଖି ଯୁକ୍ତ ୨ ପରୀକ୍ଷାରେ କଡ଼ା ନିୟମ କରାଯାଇଛି।ଏଥର ଯୁକ୍ତ ୨ ପରୀକ୍ଷା ନିୟମରେ କିଛି ପରିବର୍ତ୍ତନ କରାଯାଇଛି। ଏଥର ଉଭୟ କେନ୍ଦ୍ରୀୟ ଓ ଜୋନ୍‌ସ୍ତରୀୟ ସ୍କ୍ୱାଡ୍‌ରେ ଅଧ୍ୟାପକମାନଙ୍କୁ ସାମିଲ ହୋଇଛନ୍ତି।

Comment