ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫେସବୁକରେ ରାଜନୈତିକ ବିଜ୍ଞାପନ ଦେବାରେ ଭାରତୀୟ ଜନତା ପାର୍ଟି (ବିଜେପି) ଆଗରେ। ଲୋକସଭା ନିର୍ବାଚନକୁ ଆଉ କିଛି ଦିନ ଥିବା ବେଳେ ଭୋଟ୍‌ ହାତେଇବା ମାମଲାରେ ସବୁ ରାଜନୈତିକ ଦଳ ଅଣ୍ଟା ଭିଡ଼ିଛନ୍ତି। ଫେସବୁକ୍‌ରେ ବିଜେପି ଏବଂ ମୋଦି ସମର୍ଥକ ପେଜ୍‌ରେ ବିଜ୍ଞାପନ ସବୁଠୁ ଅଧିକ। ତେବେ ଓଡ଼ିଶାରେ ରାଜନୈତିକ ବିଜ୍ଞାପନ କ୍ଷେତ୍ରରେ ନବୀନ ପଟ୍ଟନାୟକ ଆଗରେ।

ପେବ୍ରୁଆରି ୭ରୁ ମାର୍ଚ୍ଚ ୨, ୨୦୧୯ ମଧ୍ୟରେ ଫେସ୍‌ବୁକ୍‌ରେ ବିଜେପିର ବିଜ୍ଞାପନ ଅଧିକ। ସୋସିଆଲ ମିଡିଆର ବ୍ୟବହାରରେ ବିଜେପି ସବୁବେଳେ ଆଗରେ ରହିବ। ପାର୍ଟିର ପ୍ରମୋସନ୍‌, କଷ୍ଟେମାଇଜ୍‌ ଜିନିଷ ବିକିବା ପାଇଁ ବିଜ୍ଞାପନ, କୌଣସି ଯୋଜନା ସମ୍ପର୍କିତ ଜାଣିବା ପାଇଁ ସୋସିଆଲ ମିଡିଆରେ ବିଜ୍ଞାପନ କରାଯାଉଛି। ୮ ଫେବ୍ରୁଆରି ପରେ କଂଗ୍ରେସ ଗୋଟେ ବି ଆଡ ଫେସ୍‌ବୁକ୍‌ରେ ପୋଷ୍ଟ କରିନାହିଁ।

ବିଜୁ ଜନତା ଦଳର ନେତା ନବୀନ ପଟ୍ଟନାୟକ ସବୁଠୁ ଅଧିକ ବିଜ୍ଞାପନ ଦେଉଥିବା ନେତା। ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଫେସ୍‌ବୁକ୍‌ ପ୍ରମୋଟ କରିବା ପାଇଁ ୩୨ ବିଜ୍ଞାପନ ପାଇଁ ପାଖାପାଖି ୮.୬ ଲକ୍ଷ ଟଙ୍କାର ଖର୍ଚ୍ଚ କରାଯାଇଛି। ଏହି ମାମଲାରେ ଅମିତ ଶାହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଅମିତ ଶାହଙ୍କ ପେଜ୍‌ରେ ବିଜ୍ଞାପନ ପାଇଁ ପାଖାପାଖି ୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ ନରେନ୍ଦ୍ର ମୋଦି ଏବଂ ରାହୁଲ ଗାନ୍ଧିଙ୍କ ପେଜ୍‌ରେ ବିଜ୍ଞାପନ ପାଇଁ କେତେ ଖର୍ଚ୍ଚ ହେଉଛି ତାହା ଆକଳନ କରାଯାଇ ନାହିଁ।

Comment