ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିକଟରେ ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଜୟ ପଣ୍ଡା ବିଜେପିରେ ସାମିଲ ହେବାପରେ କେନ୍ଦ୍ରାପଡ଼ାରୁ ସାସଂଦ ପ୍ରାର୍ଥୀ କିଏ ହେବ ସେ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ତେବେ ଚର୍ଚ୍ଚାର ସବୁଠୁ ଆଗରେ ଯାହା ନାଁ ଅଛି ସେ ହେଉଛନ୍ତି ପ୍ରତାପ ଜେନା ଯେ ଏବେ ସ୍ୱାସ୍ଥ୍ୟ ମନ୍ତ୍ରୀ। ବିଜେଡି ପ୍ରତାପଙ୍କୁ କେନ୍ଦ୍ରାପଡ଼ାରୁ ସାଂସଦ ଟିକେଟ ଦେବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି।

ଏ ନେଇ ଗୁରୁବାର ପ୍ରତାପ ଜେନା ନିଜ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, “ମାହାଙ୍ଗାରୁ ନିର୍ବାଚନ ଲଢିବାକୁ ମୋର ଇଛା। କିନ୍ତୁ ଏସବୁ ଭିତରେ ଦଳ ସୁପ୍ରିମୋଙ୍କ ନିଷ୍ପତ୍ତି ସର୍ବାଗ୍ରେ। ଦଳ ଯଦି ଅନ୍ୟ କିଛି ଦାୟିତ୍ୱ  ଦିଏ ମୁଁ ତାହା ଗ୍ରହଣ କରିବି।”

ଗୋଟିଏ ପଟେ ରାଜନୈତିକ ମହଲରେ ଚର୍ଚ୍ଚା ଓ ଅନ୍ୟପଟେ ପ୍ରତାପଙ୍କ ପ୍ରତିକ୍ରିୟା ପରେ ଦଳ ସୁପ୍ରିମୋଙ୍କ ନିଷ୍ପତ୍ତି କଣ ହେବା ତାହା ଉପରେ ସମସ୍ତଙ୍କ ନଜର।

LEAVE A REPLY

Please enter your comment!
Please enter your name here