ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ନିକଟରେ ଆମେରିକୀୟ ସିଙ୍ଗର ନିକ୍‌ ଜୋନସଙ୍କୁ ବିବାହ କରିଛନ୍ତି।  ବାଜିରାଓ ମସ୍ତାନୀ ପରେ ଏବେ ପ୍ରିୟଙ୍କାଙ୍କ ସ୍କାଏ ଇଜ୍‌ ପିଙ୍କ ଫିଲ୍ମ ରିଲିଜ୍ ହେବାକୁ ଯାଉଛି। ମାତ୍ର ଏହା ସହି ପ୍ରିୟଙ୍କାଙ୍କ ଫ୍ୟାନଙ୍କ ଲାଗି ଆଉ ଏକ ଖୁସି ଖବର ଅଛି। ପିସି ଜଲଦି ଏକ ଭାରତୀୟ ୱେବସିରିଜ୍‌ ଲାଗି ଏକ ପ୍ରୋଜେକ୍ଟର କାମ ଆରମ୍ଭ କରିପାରିନ୍ତି।

ପ୍ରିୟଙ୍କା ଆମେରିକାରେ ଟେଲିଭିଜନ ଶୋ କ୍ୱାଣ୍ଟିକୋରେ କାମ କରୁଛନ୍ତି। ସେଠାରେ ଅଭିନୟ କରିବା ପରେ ପ୍ରିୟଙ୍କା ଖୁବ୍‌ କମ୍‌ ହିନ୍ଦି ଫିଲ୍ମରେ ନଜର ଆସିଛନ୍ତି। ପ୍ରିୟଙ୍କାଙ୍କ ଫ୍ୟାନ୍‌ ସବୁବେଳେ ବିଭିନ୍ନ ସୋସିଆଲ ମିଡ଼ିଆ ମାଧ୍ୟମରେ କହିଥାନ୍ତି କି କେବେ ଫିଲ୍ମ ଆସୁଛି।

ପ୍ରିୟଙ୍କା ନିକ୍‌ ଜୋନସଙ୍କୁ ବିବାହ କରିଛନ୍ତି। ଏହାପରେ ସେ ସ୍କାଏ ଇଜ୍‌ ପିଙ୍କ ଫିଲ୍ମର ସୁଟିଂକୁ ନେଇ ବିଜି ଅଛନ୍ତି। ବଲିଉଡ୍‌ରେ ଅନେକ ହିଟ୍‌ ଫିଲ୍ମ ଦେଇସାରିଛନ୍ତି ପ୍ରିୟଙ୍କା ଚୋପ୍ରା।

Comment