ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଧାର ଭେରିଫିକେଶନ୍‌ରେ ଖର୍ଚ୍ଚ ହେବ ମାତ୍ର ୨୦ ଟଙ୍କା। ଏନେଇ ୟୁନିକ ଆଇଡ଼େଣ୍ଟିଫିକେସନ ଅଥୋରିଟି ଅଫ ଇଣ୍ଡିଆ(ୟୁଆଇଡିଏଆଇ) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି।

ଏଣିକି ଆଧାର ଭେରିଫିକେସନ ପାଇଁ ଘରୋଇ ସଂସ୍ଥାଗୁଡ଼ିକୁ ୨୦ ଟଙ୍କା ଦେବାକୁ ପଡ଼ିବ। ସେହିପରି ୟୁନିକ୍ ଆଇଡିର ଅଥେଣ୍ଟିକେସନ୍‌ ପାଇଁ ପାଇଁ ୫୦ ପଇସା ଦେବାକୁ ପଡ଼ିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

ବିଜ୍ଞପ୍ତି ଅନୁଯାୟୀ, ପ୍ରତ୍ୟେକ ଇ-କେଓ୍ଵାଇସି ଟ୍ରାଞ୍ଜେକ୍ସନ ପାଇଁ ୨୦ ଟଙ୍କା ଓ ପ୍ରତ୍ୟେକ ହଁ କିମ୍ବା ନା ଅଥେଣ୍ଟିକେସନ୍‌ ପାଇଁ ୫୦ ପଇସା ଖର୍ଚ୍ଚ ହେବ। ଏଥିପାଇଁ ୧୫ ଦିନ ଭିତରେ ସଂସ୍ଥାରେ ଆଧାର ସେବା ପାଇଁ ଅର୍ଥ ରାଶି ଜମା କରିବାକୁ ପଡ଼ିବ ବୋଲି କୁହାଯାଇଛି।

Comment