ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାରିପଦା ବାଙ୍ଗିରିପୋଷି ବାବନଘାଟିରେ ଏକ ଚଳନ୍ତା ବସ୍‌ରେ ନିଆଁ ଲାଗି ବସ୍‌ଟି ଜଳିଯାଇଛି। ସଟ୍‌ ସର୍କିଟ ଯୋଗୁଁ ନିଆ ଲାଗିଥିବା ସନ୍ଦେହ କରାଯାଉଛି। ସୌଭାଗ୍ୟବଶତଃ ବସରେ ଥିବା ୫୦ ଯାତ୍ରୀ ବର୍ତ୍ତିଯାଇଛନ୍ତି।

ନିଆଁକୁ ଆୟତ୍ତ କରିଛନ୍ତି ବାଙ୍ଗିରିପୋଷି ଅଗ୍ନିଶମ ବିଭାଗ।

କରଞ୍ଜିଆ ସିଙ୍ଗଡ଼ାରୁ ବେତନଟୀ ଆମ୍ବଯୋଡ଼ା ବସ୍‌ଟି ଯାଉଥିବା ସୂଚନା ମିଳିଛି। ସୂଚନା ଅନୁସାରେ ବସ୍‌ ରିଜର୍ଭ କରି ବନ୍ଧୁଘର ଯାଉଥିଲେ ଯାତ୍ରୀ।

Comment