ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଶୁକ୍ରବାର ଓଡ଼ିଶା ଆସି କୋରାପୁଟ, ଜୟପୁରରେ ଏକ ମହିଳା ସମାବେଶରେ ଯୋଗ ଦେଇଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଶୁକ୍ରବାର ଓଡ଼ିଶା ଆସିଛନ୍ତି। କୋରାପୁଟ ଜୟପୁରରେ ଏକ ମହିଳା ସମାବେଶରେ ଯୋଗ ଦେଇଛନ୍ତି। ଏହି ସମାବେଶ ଶିବସାଇ କନଫରେନ୍ସସ ହଲରେ ଆୟୋଜିତ ହୋଇଛି।

ଏହି ସମାବେଶରେ ମହିଳା ଦିବସରେ ମହିଳାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାହୁଲ। ସମାବେଶରେ ମହିଳାଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି।

“ଆମ ସରକାର ଆସିଲେ ମହିଳା ସଂରକ୍ଷଣ ବିଲ୍ ଆଣିବ। ଓଡ଼ିଶା ଗରିବ ନୁହେଁ ଲୋକ ଏଠି ଗରିବ। ଓଡ଼ିଶାରେ ପ୍ରଚୁର ଧନ ଅଛି ହେଲେ ଲୋକଙ୍କୁ ମିଳୁନି”, କହିଛନ୍ତି ରାହୁଲ।

ଆଦିବାସୀଙ୍କୁ ମାଗଣାରେ ଉଚ୍ଚଶିକ୍ଷା ମିଳିବା ଉଚିତ। ସବୁ ଜିଲ୍ଲାରେ ଅତ୍ୟାଧୁନିକ ହସ୍ପିଟାଲ ହେବା ଉଚିତ, ସମାବେଶରେ କହିଛନ୍ତି ରାହୁଲ।

ସମାବେଶରେ ରାଜ୍ୟରେ ମଦ ବନ୍ଦ ପାଇଁ ରାହୁଲଙ୍କୁ ମହିଳା ଅନୁରୋଧ କରିଛନ୍ତି।

ମହିଳା ସମାବେଶ ପରେ ସାଧାରଣ ସଭାରେ ଯୋଗ ଦେବେ ରାହୁଲ ଗାନ୍ଧି। ଆଗାମୀ ନିର୍ବାଚନ ପାଇଁ ରାହୁଲଙ୍କ ଫୋକସ୍‌ରେ ଓଡ଼ିଶା ରହିଛି। ଗତ କିଛି ଦିନ ଭିତରେ ସେ ଘନଘନ ଓଡ଼ିଶା ଗସ୍ତ କରୁଛନ୍ତି।

Comment