ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅନେକ ଦିନରୁ ଆଲିଆ ଭଟ୍ଟଙ୍କ ଫ୍ୟାନ୍‌ଙ୍କୁ ଅପେକ୍ଷା ଥିଲା କି କଳଙ୍କରେ ତାଙ୍କ ଲୁକ୍‌ କେମିତି ହେବ। ତେବେ ଅର୍ନ୍ତଜାତିୟ ମହିଳା ଦିବସରେ କଳଙ୍କରେ ଥିବା ଆଲିଆଙ୍କ ଲୁକ୍‌ ସାମ୍ନାକୁ ଆସିଛି।

ଆଲିଆଙ୍କ ଲୁକ୍‌ ଦେଖି ଯେ କେହି ବି ତାଙ୍କର ଫ୍ୟାନ୍‌ ହୋଇଯିବ। ଏହା ସହ ଏହି ଲୁକ୍ ଦେଖିବା ପରେ ଲୋକେ ଯୋଦ୍ଧା ଆକବରରେ ଐଶ୍ୱର୍ଯ୍ୟା ଓ ଫିଲ୍ମ ପଦ୍ମାବତରେ ଦୀପିକାଙ୍କ ରାଣୀ ପଦ୍ମାବତ ଲୁକ୍‌ ମନେ ପଡିବ।

କାରଣ କଳଙ୍କର ପୋଷ୍ଟରେ ଆଲିଆ ଲାଲ୍‌ ରଙ୍ଗର ଲେହେଙ୍ଗାରେ ସଜେଇ ହୋଇ କୌଣସି ଦେଶର ମହାରାଣୀଠୁ କମ୍‌ ଲାଗୁନାହାନ୍ତି। ଆଲିଆ ଏହି ଫିଲ୍ମରେ ଋପ୍‌ ନାମ୍‌କ ଏକ ଚରିତ୍ରରେ ନଜର ଆସିବେ।

କଳଙ୍କରେ ସୋନାସ୍କିଙ୍କ ଲୁକ୍‌ ବି ଆସିଲା ସାମ୍ନାକୁ

ଆଲିଆଙ୍କ ଲୁକ୍‌ ପୋଷ୍ଟ କରିବାର କିଛି ସମୟ ମଧ୍ୟରେ ଫିଲ୍ମମେକର କରଣ ଜୋହର ସୋନାକ୍ଷୀ ସିହ୍ନାଙ୍କ ଲୁକ୍‌ବି ସାମ୍ନାକୁ ଆଣିଛନ୍ତି। ଯେଉଁଠି ଆଲିଆ ଭାରି ଗହଣାରେ ନଜର ଆସୁଛନ୍ତି ସେଇଠି ସୋନାକ୍ଷୀ ସିମ୍ପଲ ଗେଟଅପ୍‌ରେ ନଜର ଆସିଛନ୍ତି। ସୋନାକ୍ଷୀଙ୍କ ଫଟୋ ସହ କରଣ ଲେଖିଛନ୍ତି, “ଏହା ପାଖରେ ସ୍ୱଛ ହୃଦୟ ଓ ଭଲପାଇବା ଅନେକ ଅଛି।” ଫିଲ୍ମରେ ସୋନାକ୍ଷୀ ସତ୍ୟା ନାମକ ଚରିତ୍ର ନିଭାଉଛନ୍ତି।

ମଲ୍ଟିଷ୍ଟାରର ସହ ବିଗ୍‌ ବଜେଟରେ ତିଆରି ଚାଲିଥିବା ଏହି ଫିଲ୍ମରେ ଆଲିଆ, ସୋନିକ୍ଷୀ, ସଞ୍ଜୟ ଦତ୍ତ, ମାଧୁରୀ, ଆଦିତ୍ୟ ରୟ କପୁର ମଧ୍ୟ ଅଭିନୟ କରୁଛନ୍ତି। ଏହି ଫିଲ୍ମଟି ଏପ୍ରିଲରେ ରିଲିଜ୍‌ ହେବାକୁ ଥିବା ବେଳେ ତାରିଖ ଘୋଷଣା କରାଯାଇନାହିଁ।

Comment